ଓଡିଶା

odisha

ETV Bharat / state

ଦେଢ଼ଲକ୍ଷ ଟଙ୍କାର ମଦ ଜବତ, ଦୁଇ ଗିରଫ - ବାଲେଶ୍ଵର ଖବର

ବଢୁୁଛି ମଦ କାରବାର , ଚାଲାଣ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ । 2 ଗିରଫ, ତଦନ୍ତ ଜାରି । ଅଧିକ ପଢନ୍ତୁ....

liquor sized in baleswar
ଦେଢ଼ଲକ୍ଷ ଟଙ୍କାର ମଦ ଜବତ, ଦୁଇ ଗିରଫ

By

Published : Nov 30, 2020, 8:10 PM IST

ବାଲେଶ୍ଵର: ଦେଢ଼ ଲକ୍ଷ ଟଙ୍କାର ମଦ ଜବତ । ଏହାସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ପୁରୁଣା ବାଲେଶ୍ଵର ଅଞ୍ଚଳରୁ ଏକ ବୋଲେରୋରେ ଦେଶୀ ମଦ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା। ଏ ବିଷୟରେ ଅବକାରୀ ମୋବାଇଲ ୟୁନିଟ ଖବର ପାଇ ବଙ୍କାଖଜୁରୀ ଛକ ନିକଟରେ ମଦ ବୋଝେଇ ଗାଡିକୁ ଅଟକାଇ ଥିଲା ।

ଦେଢ଼ଲକ୍ଷ ଟଙ୍କାର ମଦ ଜବତ, ଦୁଇ ଗିରଫ

ଗାଡି ଭିତରୁ 12ଶହ ଲିଟର ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ। ଜବତ ଦେଶୀମଦର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ସେହିପରି ଏହି କାରବାରରେ ସମ୍ପୃକ୍ତ ପବିତ୍ର କୁମାର ବେହେରା ଓ ମଦନ ଖଟୁଆଙ୍କୁ ଗିରଫ କରାଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details