ବାଲେଶ୍ବର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ଏନେଇ ବିଜେପି ଓ କଂଗ୍ରେସ ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି । ସେହିପରି ବାଲେଶ୍ଵର ସହରର ଫାଣ୍ଡି ଛକ ଠାରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି ।
ମମିତା ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରିବା, ଏହି ଘଟଣାରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରିବା, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ମୃତ ମମିତାଙ୍କ ପରିବାରକୁ କୋଟିଏ ଟଙ୍କାର ଅର୍ଥରାଶି ସହାୟତା ପାଇଁ ସେମାନେ ଦାବି ହୋଇଛି । ଏନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବାମପନ୍ଥୀ ନେତାମାନେ ଚେତାବନୀ ଦେଇଛନ୍ତି ।
ମମିତା ମର୍ଡର ମିଷ୍ଟ୍ରି: ପ୍ରତିବାଦ ସହ ବିଭିନ୍ନ ଦାବି ରଖିଲା ବାମପନ୍ଥୀ ଦଳ - ବାଲେଶ୍ବର ବାମପନ୍ଥୀ ଦଳ
ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ବାଲେଶ୍ଵର ସହରର ଫାଣ୍ଡିଛକ ଠାରେ ବାମପନ୍ଥୀ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ଅଧିକ ପଢନ୍ତୁ...
ମମିତା ହତ୍ୟା ଘଟଣାରେ ପ୍ରତିବାଦ: ବିଭିନ୍ନ ଦାବି ରଖିଲା ବାମପନ୍ଥୀ ଦଳ
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ