ଓଡିଶା

odisha

ETV Bharat / state

ସିମୁଳିଆରୁ ବିପୁଳ ପରିମାଣର ସ୍ପିରିଟ ଜବତ, ଜଣେ ଅଟକ

ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରୁ ବିପୁଳ ପରିମାଣର ସ୍ପିରିଟ ଜବତ । ଏହି କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଜଣେଅଟକ ।

By

Published : Jun 19, 2019, 1:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ସୋରରେ ଅବକାରୀ ବିଭାଗର ଚଢାଉ । ଏହି ସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରୁ ବିପୁଳ ପରିମାଣର ସ୍ପିରିଟ ଜବତ କରିଥିବା ଜଣାପଡିଛି। ସିମୁଳିଆ ଥାନା ମାଟିଆପଡା ସତ୍ଯରଞ୍ଜନ ପଣ୍ଡୁଆଙ୍କ ଘରୁ ଏହି ସ୍ପିରିଟ୍ ଜବତ ହୋଇଛି । ଏହି କାରବାରରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଜଣକ ସତ୍ୟରଞ୍ଜନଙ୍କ ଘରେ ଭଡା ନେଇ ସ୍ପିରିଟ୍ ରଖିଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଖବର ଅନୁଯାୟୀ, ଅବକାରୀ ବିଭାଗର ଚଢାଉ ବେଳେ ଅଭିଯୁକ୍ତ ଜଣକ ଖସିଯାଇଛି । ତେବେ ସତ୍ୟରଞ୍ଜନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ଏହି ସ୍ପିରିଟ ବେଆଇନ ଓ ନକଲି ମଦ ପ୍ରସ୍ତୁତରେ ବ୍ୟବହାର କରାଯାଏ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details