ବାଲେଶ୍ଵର: ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳରେ ଥିବା ଏକ ବେଆଇନ ବାଣ କାରଖାନା ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।
ଆଗକୁ ଦୀପାବଳୀ ଆସୁଥିବାରୁ କାରିଗରମାନେ ବାଣ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ଶାଳୀକୋଠା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଥିଲା ।