ବାଲେଶ୍ବର: କୋଭିଡ କେୟାର ସେଣ୍ଟରରେ କର୍ତ୍ତବ୍ୟ ଓ ମାନବିକତାର ପରିଚୟ ଦେଲେ ମହିଳା ସରପଞ୍ଚ । କୋରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ସୁଷମ ଖାଦ୍ୟ ଖାଇବାକୁ ଦେଇ ସରପଞ୍ଚ ବାଣ୍ଟିଛନ୍ତି ସଦଭାବ ସହଯୋଗର ବାର୍ତ୍ତା । ବାଲେଶ୍ଵର ନୀଳଗିରି ଶିଆଡ଼ିମାଳ ପଞ୍ଚାୟତ କୋଭିଡ କେୟାର କେନ୍ଦ୍ରରେ ଏଭଳି ପ୍ରେରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ।
କୋରୋନାରେ ଆକ୍ରାନ୍ତ ଗର୍ଭବତୀଙ୍କୁ ସୁଆଦିଆ ଖାଦ୍ୟ ପରଷିଲେ ମହିଳା ସରପଞ୍ଚ
କୋରୋନା ଆକ୍ରାନ୍ତ ଗର୍ଭବତୀଙ୍କ ସୁଷମ ଓ ସ୍ବାଦିଷ୍ଟ ଖାଦ୍ୟର ଇଚ୍ଛା ବୁଝିଲେ ମହିଳା ସରପଞ୍ଚ । ଏଥିପାଇଁ ଗର୍ଭବତୀଙ୍କ ମନ ଜାଣି ଖାଦ୍ଯ ପରଷିଛନ୍ତି ସରପଞ୍ଚ । ଅଧିକ ପଢନ୍ତୁ..
କୋରୋନାରେ ଆକ୍ରାନ୍ତ ଗର୍ଭବତୀଙ୍କୁ ସୁଆଦିଆ ଖାଦ୍ୟ ପରଷିଲେ ମହିଳା ସରପଞ୍ଚ
ଏହି କୋଭିଡ କେୟାର କେନ୍ଦ୍ରରେ ମାଟିଆଳି ଅଞ୍ଚଳର ଜଣେ ଗର୍ଭବତୀ ମହିଳା କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମହିଳା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କ ସୁଷମ ଓ ଭଲ ମାନର ଖାଦ୍ୟର ଆଵଶ୍ୟକତା ଥିବା ନେଇ ସରପଞ୍ଚ ମଧୁସ୍ମିତା ସିଂ ହୃଦବୋଧ କରିଥିଲେ। ଏଥିପାଇଁ ସେ ନିଜ ଖର୍ଚ୍ଚରେ ଉକ୍ତ ଗର୍ଭବତୀ ମହିଳାଙ୍କ ପାଇଁ ମିଠା ସହ ବିଭିନ୍ନ ସୁଷମ ଓ ସୁସ୍ୱାଦୁ ଖାଦ୍ୟ ନେଇ ଖୁଆଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସରପଞ୍ଚକୁ ପ୍ରଶଂସା କରାଯାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ