ଓଡିଶା

odisha

ETV Bharat / state

ଶ୍ରମମନ୍ତ୍ରୀଙ୍କୁ କୋରୋନା, ଚିନ୍ତାରେ ବାଲେଶ୍ବରରେ ସଂସ୍ପର୍ଶରେ ଆସିଥିବା ଲୋକେ - ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କୋରୋନା ପଜିଟିଭ

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କୋରୋନା ପଜିଟିଭ ହୋଇଥିବା କଥା ଟ୍ବିଟରରେ ଜଣାଇବା ପରେ ଏବେ ଚିନ୍ତା ବଢିଛି । ସେ ସ୍ବାଧୀନତା ଦିବସରେ ବାଲେଶ୍ଵର ପୋଲିସ ରିଜର୍ଭ ପଡ଼ିଆରେ ପତାକା ଉତ୍ତୋଳନ କରିଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି । ଅଧିକ ପଢନ୍ତୁ...

ଶ୍ରମମନ୍ତ୍ରୀଙ୍କୁ କୋରୋନା, ଚିନ୍ତାରେ ବାଲେଶ୍ବରରେ ସଂସ୍ପର୍ଶରେ ଆସିଥିବା ଲୋକେ
ଶ୍ରମମନ୍ତ୍ରୀଙ୍କୁ କୋରୋନା, ଚିନ୍ତାରେ ବାଲେଶ୍ବରରେ ସଂସ୍ପର୍ଶରେ ଆସିଥିବା ଲୋକେ

By

Published : Aug 17, 2020, 3:19 PM IST

ବାଲେଶ୍ବର: ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କୋରୋନା ପଜିଟିଭ ହୋଇଥିବା କଥା ଟ୍ବିଟରରେ ଜଣାଇବା ପରେ ଏବେ ଚିନ୍ତା ବଢିଛି । ସେ ସ୍ବାଧୀନତା ଦିବସରେ ବାଲେଶ୍ଵର ପୋଲିସ ରିଜର୍ଭ ପଡ଼ିଆରେ ପତାକା ଉତ୍ତୋଳନ କରିଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି ।

ସ୍ବାଧୀନତା ଦିବସରେ ଶ୍ରମ ମନ୍ତ୍ରୀ ବାଲେଶ୍ଵର ପୋଲିସ ରିଜର୍ଭ ପଡ଼ିଆରେ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ସେ କୋଭିଡ ଯୋଦ୍ଧାମାନଙ୍କ ମନୋବଳ ବଢ଼ାଇଥିଲେ। ଏହାପରେ ସେ ସର୍କିଟ ହାଉସରେ କିଛି ସମୟ ବିତାଇଥିଲେ। ସେଠାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ଫେରିଥିଲେ। ତେବେ ବାଲେଶ୍ୱରରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନେତା ଓ ଅଫିସର ତଥା ସର୍କିଟ ହାଉସର କର୍ମଚାରୀମାନେ ଏବେ ଚିନ୍ତାରେ ରହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details