ଓଡିଶା

odisha

ETV Bharat / state

ବିଳମ୍ବିତ ରାତିରେ ଠିକାଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ଖନ୍ତାପଡା ଅଞ୍ଚଳରେ ଫାଲକନ ଚିଙ୍ଗୁଡି କମ୍ଫାନୀରେ କାର୍ଯ୍ୟରତ ଶ୍ରମିକ ଠିକାଦାରଙ୍କୁ ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

By

Published : Sep 27, 2019, 6:55 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣା ଠାରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ଆକ୍ରମଣ କରିଛନ୍ତି । ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

କସବା ଜୟପୁର ଗ୍ରାମର ଦିଲ୍ଲୀପ ଦାସ ଖନ୍ତାପଡ଼ା ସ୍ଥିତ ଫାଲକନ ଚିଙ୍ଗୁଡି କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟ କରନ୍ତି । ଦିଲ୍ଲୀପଙ୍କ ଶ୍ରମିକ ମାନେ ପଣପଣା ଠାରେ ଏକ ଭଡାଘରେ ରହୁଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀପ ଶ୍ରମିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଶ୍ରମିକମାନଙ୍କ ପାଖକୁ ଯାଇଥିଲେ । ସେଠାରୁ ବାହାରିବା ପରେ କିଛି ଦୁର୍ବୃତ୍ତ ତାଙ୍କୁ ଅନ୍ଧାରରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଥିଲେ । ଦିଲ୍ଲୀପଙ୍କ ଗୋଡ଼, ହାତ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳରୁ ଦିଲ୍ଲୀପଙ୍କୁ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲ ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ଏମିତି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details