ବାଲେଶ୍ବର: ଜିଲ୍ଲାରେ ନୂତନ ଶିଳ୍ପ ସଂସ୍ଥାର କୌଣସି ପ୍ରୋତ୍ସାହନ ନଥିବାରୁ ନିଯୁକ୍ତି କ୍ଷେତ୍ର ବନ୍ଦ ହେବା ସହ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ବନ୍ଦ ହୋଇପଡିଛି । ଏହାକୁ ନେଇ ବାଲେଶ୍ଵରର ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ କର୍ମୀମାନେ ଏକଜୁଟ ହୋଇଛନ୍ତି । ବନ୍ଦ ପଡ଼ିଥିବା ଶିଳ୍ପର ପୁନଃକାର୍ଯ୍ୟକ୍ଷମ ଓ ନୂଆ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଗତ ୧୪ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ମୁଖ୍ୟତଃ ବିର୍ଲା ଟାୟାର୍ସ ଓ ଇସ୍ପାତ ଆଲଏଜ ପୁନଃ କାର୍ଯ୍ୟକ୍ଷମ ନେଇ ଦାବି ଜୋର ଧରିଛି । ବର୍ତ୍ତମାନ ଏହାକୁ ନେଇ ଏବେ ମୁହଁ ଖୋଲିଛି ହିନ୍ଦ ମଜଦୂର ସଭା ।
ବନ୍ଦ ଶିଳ୍ପର ପୁନଃ କାର୍ଯ୍ୟକ୍ଷମ ଦାବି ନେଇ ଆମରଣ ଅନଶନ, ମୁହଁ ଖୋଲିଲା ଶ୍ରମିକ ସଂଗଠନ - ବାଲେଶ୍ବର ଖବର
ବନ୍ଦ ପଡ଼ିଥିବା ଶିଳ୍ପର ପୁନଃକାର୍ଯ୍ୟକ୍ଷମ ଓ ନୂଆ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଗତ ୧୪ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଏହାକୁ ନେଇ ମୁହଁ ଖୋଲିଛି ହିନ୍ଦ ମଜଦୂର ସଭା। ଅଧିକ ପଢନ୍ତୁ
ଏନେଇ ହିନ୍ଦ ମଜଦୂର ସଭାର ସଭାପତି କହିଛନ୍ତି,"ଯେଉଁ ଦୁଇଟି କମ୍ପାନୀ ପାଇଁ ଆମରଣ ଅନଶନ ଚାଲିଛି ସେଥିପାଇଁ ଶ୍ରମିକ ସଂଗଠନ ପକ୍ଷରୁ ବିଗତ ଦିନ ମାନଙ୍କରେ ଅନେକ ଆନ୍ଦୋଳନ କରାଯାଇଛି । ଦୀର୍ଘ ୨୪ ମାସ ଧରି ବନ୍ଦ ଥିବା ବିର୍ଲା ଟାୟାରର୍ସକୁ ଖୋଲିବା ପାଇଁ ସରକାର ଏବଂ ସମସ୍ତ ଶ୍ରମିକ ସଂଗଠନ ବିଭିନ୍ନ ପ୍ରକାର ଆନ୍ଦୋଳନ ଓ ସରକାରୀ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶ୍ରମ ମନ୍ତ୍ରୀ ରାଜ୍ୟ ସରକାରଙ୍କର ବରିଷ୍ଠ ଅଫିସର, ଶ୍ରମ ବିଭାଗ, ବିର୍ଲା ଟାୟାର୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କର ଖାମଖିଆଲ ମନୋଭାବ ବୃତ୍ତି ଓ ଫ୍ୟାକ୍ଟ୍ରିକୁ ନଚଳାଇବା ଭଳି ଟାଳଟୁଳି ନୀତି ଅବଲମ୍ବନ କରିଥିଲେ। ଏଥିପାଇଁ ଆଗାମୀ ଦିନରେ ବିର୍ଲା ଟାୟାର୍ସ ନିଲାମ ହୋଇ ଅନ୍ୟ ଏକ ମାଲିକାନାକୁ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ହସ୍ତାନ୍ତର ହେବାସହ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ । "
ସେହିପରି ଇସ୍ପାତ ଆଲଏଜରେ ପ୍ରାୟ 75 ପ୍ରତିଶତ କର୍ମଚାରୀ ଯୋଗଦେଇ କାର୍ଯ୍ୟ କରୁଛନ୍ତି । ଆସନ୍ତା 20 ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗୀକରଣ ହେଲେ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି । ଗୋଟିଏ ପଟେ ଆମରଣ ଅନଶନ ଚାଲିଥିବା ବେଳେ ଅନ୍ୟପଟେ ଶ୍ରମିକ ସଂଗଠନ ପକ୍ଷରୁ ଏମିତି ସୂଚନା ଦିଆଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ବାଲେଶ୍ବର