ଓଡିଶା

odisha

ETV Bharat / state

‘ଇଟାଭାଟି ମାଲିକଙ୍କୁ ସମୟ ଦିଆଯାଉ’

ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଗୁଡିକ ଭାଙ୍ଗିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଇଟାଭାଟି ମାଲିକ ଓ ଶ୍ରମିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଇଟାଭାଟି ପାଇଁ ଯେଉଁ ନିୟମ ଓ ଅନୁମତି ରହିବା କଥା ତାହା ମାଳିକମାନଙ୍କ ପାଖରେ ରହିଛି ବୋଲି ପ୍ରେସମିଟ୍‌ରେ କହିଛନ୍ତି ।

By

Published : Dec 20, 2019, 11:18 PM IST

brick
brick

ବାଲେଶ୍ବର: ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଗୁଡିକ ଭାଙ୍ଗିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଶୁକ୍ରବାର ଇଟାଭାଟି ମାଲିକ ଓ ଶ୍ରମିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ଜିଲ୍ଲାପାଳ ବେଆଇନ କହୁଥିବା ଇଟାଭାଟି ଗୁଡିକ ବେଆଇନ ନୁହେଁ ବରଂ ଆଇନ ସମ୍ମତ ବୋଲି ଯୁକ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର


ଇଟାଭାଟି ପାଇଁ ଯେଉଁ ନିୟମ ଓ ଅନୁମତି ରହିବା କଥା ତାହା ମାଳିକମାନଙ୍କ ପାଖରେ ରହିଛି। କେବଳ ଦୁଇଟି ଅନୁମତି ସେମାନଙ୍କ ପାଖରେ ନଥିବା ସେମାନେ କହିଛନ୍ତି। ଏହି ଦୁଇଟି ଅନୁମତି ପ୍ରଦାନରେ ସରକାରୀ କଳର ବ୍ୟବସ୍ଥା ଦାୟୀ ବୋଲି କୁହାଯାଇଛି । ଅନୁମତି ପାଇଁ ମାଲିକ ମାନଙ୍କୁ ସମୟ ଦିଆଯାଉ ବୋଲି ଦାବି ହୋଇଛି। ସମୟ ନଦେଇ ବେଆଇନ କହି ଇଟାଭାଟି ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସଂଘ ପ୍ରଶ୍ନ ଉଠାଇଛି ।

ଏହା ସହ ଇଟାଭାଟି ମାଲିକଙ୍କ ପାଖରୁ ଜିଲ୍ଲା ପ୍ରଶାସନ ବାର୍ଷିକ 1 ଲକ୍ଷ 50 ହଜାରଟଙ୍କାର ରୟାଲିଟି ଆଦାୟ କରୁଥିବା ସଂଘ କହିଛି । ଖାଲି ସେତିକି ନୁହେଁ 2016-17ରେ ଆହାର ଭୋଜନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରତ୍ୟେକ ଇଟାଭାଟି ମାଲିକଙ୍କ ପାଖରୁ 20 ହଜାର ଟଙ୍କା ଆଦାୟ କରାଯାଇଥିବା କୁହାଯାଇଛି ।

ଗୁରୁବାର ଫୁଲାଡି ଅଞ୍ଚଳରେ ଥିବା ଇଟାଭାଟି ଭାଙ୍ଗିବାକୁ ଯାଇଥିବା ପ୍ରଶାସନ ଲୋକଙ୍କ ଜୋରଦାର ବିରୋଧ ଯୋଗୁଁ ନିରାଶ ହୋଇ ଫେରିଥିଲା । ଆଗାମୀ ଦିନରେ ପ୍ରଶାସନ ସମୟ ନଦେଇ ଇଟାଭାଟି ଭାଙ୍ଗିବାକୁ ଚେଷ୍ଟା କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details