ଓଡିଶା

odisha

ETV Bharat / state

ବାମ ହାତରେ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଝିଅ, ବିନା ପ୍ରଶିକ୍ଷଣରେ ସୋହାନିଙ୍କ ବିଚକ୍ଷଣ ପ୍ରତିଭା - ବାମ ହାତରେ ଚିତ୍ର ଆଙ୍କି ଚର୍ଚ୍ଚାରେ ସୋହାନି

ମାତ୍ର 8 ବର୍ଷ ବୟସରେ କୁନି ଝିଅ ସୋହାନି ଆଙ୍କି ଦେଉଛନ୍ତି ଜୀବନ୍ତ ଛବି । ବିନା ପ୍ରଶିକ୍ଷଣରେ ବାମ ହାତରେ ଚିତ୍ର ଆଙ୍କି ସେ ଚର୍ଚ୍ଚାରେ ରହିଛନ୍ତି । ଅଧିକ ପଢନ୍ତୁ

kid artist makes beautiful picture by left hand
ବାମ ହାତରେ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଝିଅ

By ETV Bharat Odisha Team

Published : Sep 21, 2023, 7:23 PM IST

ବାମ ହାତରେ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଝିଅ

ବାଲେଶ୍ବର:ମାତ୍ର 8 ବର୍ଷ ବୟସରେ ସୁନ୍ଦର ସୁନ୍ଦର ଛବି ଆଙ୍କି ଚର୍ଚ୍ଚାରେ କୁନି ଝିଅ ସୋହାନି । ସୋର ପୌରାଞ୍ଚଳ ବଡ଼ଖୁରି ଅଞ୍ଚଳର ଚତୁର୍ଥ ଶ୍ରେଣୀର ଛାତ୍ରୀ ସୋହାନି କରଙ୍କ ବିସ୍ମୟ ଚିତ୍ରକଳାକୁ ସମସ୍ତେ ପ୍ରଶଂସା କରିଛନ୍ତି । ମାତ୍ର 8 ବର୍ଷ ବୟସରେ ସେ ଆଙ୍କି ଦେଉଛନ୍ତି ଜୀବନ୍ତ ଛବି । ସତେ ଯେମିତି ତାଙ୍କ କୁନିକୁନି ହାତରେ ଯାଦୁ ଭରି ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେ ବାମ ହାତରେ ହିଁ କେବଳ ଚିତ୍ର ଆଙ୍କିବାରେ ବେଶ ପାରଙ୍ଗମ । ତେବେ ସୋହାନିଙ୍କ ଏଭଳି ପ୍ରତିଭା ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।



ଚିତ୍ରକଳା ଶିକ୍ଷକ କିମ୍ବା କୌଣସି ଅନୁଷ୍ଠାନରୁ ସୋହାନି ଶିକ୍ଷାଲାଭ କରି ନାହାନ୍ତି । ବରଂ ପିଲାଟି ଦିନରୁ ହିଁ ଭଗବାନଙ୍କ ଚିତ୍ର ଆଙ୍କିବାରେ ସେ ସିଦ୍ଧହସ୍ତ ବୋଲି କହିଛନ୍ତି ପରିବାର । ସୋହାନିଙ୍କୁ ଯେତେବେଳେ 1 ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ହାତୀଙ୍କ ପ୍ରତି ବେଶ ଆକୃଷ୍ଟ ହୋଇଥିଲେ । ହାତୀର ଚିତ୍ରରୁ ଆରମ୍ଭ କରି ଖେଳନା ଆଦି ଚିତ୍ର ତାଙ୍କୁ ଆକୃଷ୍ଟ କରି ରଖୁଥିଲା । ତେବେ ହାତୀ ଶୁଣ୍ଢ ଭଗବାନ ଗଣେଶଙ୍କ ଦେହରେ ଲାଗିଥିବାରୁ ଗଣେଶଙ୍କ ଛବି ଆଙ୍କିବା ପ୍ରତି ସୋହାନିଙ୍କ ବଢିଥିଲା ଆଗ୍ରହ । ସେବେ ଠାରୁ ସେ ପାଠ ପଢା ଭିତରେ ସମୟ ପାଇଲେ ଆଙ୍କି ପକାନ୍ତି ଭଳିକି ଭଳି ଚିତ୍ର।

ଏହା ବି ପଢନ୍ତୁ...ଯଶଶ୍ରୀଙ୍କ ଯଶ, ରଙ୍ଗ ତୂଳୀରେ ଚିତ୍ର ଆଙ୍କି ମନ ମୋହୁଛନ୍ତି

କେବଳ ଗଣେଶ ନୁହେଁ, ଶ୍ରୀକୃଷ୍ଣଙ୍କ ଚିତ୍ର ମଧ୍ୟ ଆଙ୍କିଥାନ୍ତି ସୋହାନି । କେବଳ ସେତିକି ନୁହେଁ, କେତେବେଳେ ଶ୍ରୀକୃଷ୍ଣଙ୍କ ସହ ଗଣେଶଙ୍କ ଚିତ୍ର ତ ପୁଣି କେତେବେଳେ ଗଣେଶଙ୍କ ଲଡୁ ଚୋରାଇ ଖାଇବାର ଚିତ୍ର ବାମ ହାତରେ ଅତି କମ ସମୟ ମଧ୍ୟରେ ସୁନ୍ଦର ଭାବରେ ଆଙ୍କି ଦେଇଥାନ୍ତି । ପାଠରେ ସେ ଯେତିକି ମନ ନିବେଶ କରନ୍ତି ପୁଣି ସେତିକି ଚିତ୍ରରେ ମଧ୍ୟ ମନ ଦିଅନ୍ତି । ଗଣେଶ, ଶ୍ରୀକୃଷ୍ଣଙ୍କ ଚିତ୍ର ସହ ସୋହାନି ଅନ୍ୟ ଠାକୁରଙ୍କ ଚିତ୍ର ଆଙ୍କି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ପିଲାଟି ବେଳରୁ ଗଣେଶ ପ୍ରତି ଆକୃଷ୍ଟ ଏବଂ ଭକ୍ତି ଥିବାରୁ ଗଣେଶଙ୍କ ବିଭିନ୍ନ ଅବତାରର ଚିତ୍ର ଆଙ୍କି ଆସୁଛନ୍ତି ସୋହାନି । ବିନା ପେନସିଲରେ ସେ ସିଧାସଳଖ ସ୍କେଚପେ୍ନ ମାଧ୍ୟମରେ ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ । ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା କୁନି ପିଲାର ଏପରି ବାମ ହାତରେ ନିଖୁଣ ଚିତ୍ର ଅଙ୍କିବା ଏବଂ ପ୍ରଭୁ ଗଣେଶଙ୍କ ପ୍ରତି ଏପରି ସମର୍ପିତ ଭାବ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details