ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ଖନ୍ତାପଡ଼ା ଥାନା ASI ଓ ହୋମଗାର୍ଡ - ବାଲେଶ୍ବରରେ ଭିଜିଲାନ୍ସ ଟିମ

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ରେ ଭିଜିଲାନ୍ସ ଚଢ଼ାଉ । କାର୍ଯ୍ୟରତ ଏଏସଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ଲାଞ୍ଚ ନେବା ମାମଲାରେ ଭିନିଲାନ୍ସ ନିଜ ହେପାଜତକୁ ନେଇଛି । ଅଧିକ ପଢନ୍ତୁ

vigilance raid in balasore
vigilance raid in balasore

By

Published : Mar 1, 2023, 9:21 PM IST

vigilance raid in balasore

ବାଲେଶ୍ବର:ପ୍ରାୟ ନିୟମିତ ଭାବେ ସରକାରୀ ଅଧିକାରୀ ମାନେ ଭିଜିଲାନ୍ସ ଜାଲରେ ଛନ୍ଦି ହେବା ଘଟଣା ସାମ୍ନାକୁ ଆସୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ସରକାରୀ ଯୋଜନା କିମ୍ବା ସାଧାରଣ ଲୋକଙ୍କ ପ୍ରତି ଏମିତି ଅଧିକାରୀମାନେ ଯତ୍ନବାନ ହେଉନାହାନ୍ତି। ବରଂ ନିଜ ପକେଟ ଗରମ କରିବା ପାଇଁ ସାଧାରଣ ଲୋକମାନଙ୍କୁ ଭକୁଆ ବନାଇବାରେ ବ୍ୟସ୍ତ ରହୁଛନ୍ତି ଏ ସରକାରୀ ବାବୁ। ଗତ କିଛିଦିନ ତଳେ ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ବେଳେ ତାଙ୍କ ନିକଟରୁ ଜବତ ହୋଇଥିବା ସମ୍ପତ୍ତି ଓ ଟଙ୍କାର ହିସାବ ସେ ଦେଇ ପାରି ନଥିଲେ । ଠିକ ସେମିତି ଏବେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ରେ ଭିଜିଲାନ୍ସ ଚଢ଼ାଉ କରି କାର୍ଯ୍ୟରତ ଏଏସଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ମାଡ଼ି ବସିଛି। ଲାଞ୍ଚ ନେବା ମାମଲାରେ ଭିନିଲାନ୍ସ ଦୁଇ ପୋଲିସ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଛି।

ଏକ ପଥର ବୋଝେଇ ଗାଡି ରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ବାଲେଶ୍ୱର ଭିଜିଲାନ୍ସ ଟିମ। ଗତ ଫେବୃଆରୀ 4 ତାରିଖ ଦିନ ବାଗୁଡ଼ି ରୁ ବାଲେଶ୍ୱର ଯାଉଥିବା ଏକ ହାଇୱାରେ ପଥର ବୋଝେଇ ହୋଇ ଯାଉଥିବା ବେଳେ ଏହା ବେଆଇନ ହୋଇଥିବାରୁ ଏହାକୁ ସିଜ କରିଥିଲା ଖନ୍ତାପଡ଼ା ପୋଲିସ। ତେବେ ଉକ୍ତ ଗାଡିଟି କ୍ଷୀରଚୋରା ଅଞ୍ଚଳର ଗୌରାଙ୍ଗ ମାହାନାଙ୍କ ହୋଇଥିବା ବେଳେ ଗାଡି ରିଲିଜ ପାଇଁ ମାମଲା କୋର୍ଟରେ ରହିଥିଲା। ଏହାକୁ ଗାଡି ମାଲିକ କୋର୍ଟରେ ନିଜ ସପକ୍ଷରେ ସମସ୍ତ ତଥ୍ୟ ରଖି ଗାଡ଼ି ରିଲିଜ କରି ଆଣିଥିଲେ।

ମାତ୍ର ଥାନାରୁ ଗାଡ଼ି ରିଲିଜ କରିବା ପାଇଁ ଥାନା ଏଏସଆଇ ରତିକାନ୍ତ ଦାସ ଗାଡ଼ି ମାଲିକଙ୍କୁ 30 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କାହିଁକି ଟଙ୍କା ଦେବେ ବୋଲି ଗାଡି ମାଲିକ ପ୍ରଶ୍ନ କରିଥିଲେ ମଧ୍ୟ ଏଥିପାଇଁ ଟଙ୍କା ଦେବାକୁ ହୁଏ ବୋଲି କୁହାଯାଇଥିଲା। ଶେଷରେ କୌଣସି ଉପାୟ ନ ପାଇ ଗାଡି ମାଲିକ ଜଣଙ୍କ ବାଲେଶ୍ଵର ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଏନେଇ ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ସଜାଗ ହୋଇଥିଲା। ଭିଜିଲାନ୍ସ ର ଦୁଇଟି ଟିମ ଖନ୍ତାପଡ଼ା ଥାନାରେ ଆସି ଜଗି ରହିଥିଲେ। ପୂର୍ବ ଯୋଜନା ମୁତାବକ ଗାଡି ମାଲିକଙ୍କ ଠାରୁ 20 ହଜାର ଟଙ୍କା ରତିକାନ୍ତ ଦାସ ଏବଂ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ। ଏହି ଟଙ୍କା ନେଣଦେଣରେ କେବଳ ଏହି ଦୁଇଜଣ ଅଛନ୍ତି ନା ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି ସେନେଇ ଭିଜିଲାନ୍ସ ଟିମ ତଦନ୍ତ ଜାରି ରଖିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details