ଓଡିଶା

odisha

ETV Bharat / state

ମାନବିକତା ଦେଖାଇଲେ ତହସିଲଦାର, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ନେଲେ ମେଡିକାଲ

ମାନବିକତା ଦେଖାଇଲେ ତହସିଲଦାର । ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ନେଲେ ହସ୍ପିଟାଲ । ଅଧିକ ପଢ଼ନ୍ତୁ

tahasildar show humanity
tahasildar show humanity

By

Published : Jun 1, 2023, 7:03 AM IST

ବାଲେଶ୍ବର: ଅନେକ ସମୟରେ ପ୍ରଶାସନିକ ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହେଉଥିବା ଅଭିଯୋଗ ଆସିଥାଏ । କେତେବେଳେ ଲାଞ୍ଚ ନେବା କଥା ତ କେତେ ଗୁହାରି କରି କରି ଥିକି ଗଲେ ବି ଶୁଣୁ ନଥିବା କଥା । ଏଥିପାଇଁ ଅନେକ ସମୟରେ ଆନ୍ଦୋଳନ କରିଥାନ୍ତି ସାଧାରଣ ଲୋକେ । କେତେବେଳେ ଦାବି ପୂରଣ ପାଇଁ ଅଭିଯୋଗ ଦେବା ସମୟରେ ଦୁର୍ବ୍ୟବହାରର ଶିକାର ହେଉଥିବା ଖବର ଦେଖିବାକୁ ମିଳେ । ଏମିତି ପରିସ୍ଥିତି ଭିତରେ ବି ଅନେକ ଅଧିକାରୀ ଏମିତି ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ସେବାରେ ନିଜକୁ ସମର୍ପଣ କରିଦେଇଛନ୍ତି । ସେମିତି ଜଣେ ଅଧିକାରୀଙ୍କ କାର୍ଯ୍ୟ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି । ଜଣେ ଦୁର୍ଘଟଣାଗ୍ରସ୍ତ ଯୁବନେତାଙ୍କୁ ତହସିଲଦାର ନିଜ ଗାଡ଼ିରେ ମେଡିକାଲ ପହଞ୍ଚାଇବା ସହ ତାଙ୍କର ସମସ୍ତ ଚିକିତ୍ସା କରାଇଥିବା ଘଟଣା ଏବେ ବେଶ ଆଲୋଚନା ହେଉଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ । ଖଇରା ବ୍ଲକ ଚକକଲରାପାଳ ଛକ ନିକଟରେ ରାସ୍ତାରେ ପଡିଥିବା ଚିପ୍ସରେ ଯୁବ ନେତା ଅଜୟ ବେହେରାଙ୍କ ଦୁର୍ଘଟଣା ଘଟିଥିଲା । ଖଇରାରୁ ଗଣ୍ଡିବେଡ ଯାଉଥିବା ବେଳେ ଭାରସାମ୍ୟ ହରାଇ ସେ ତଳେ ପଡିଯାଇଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ସେହି ବାଟ ଦେଇ ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଜୟଙ୍କୁ ନିଜ ଗାଡିରେ ନେଇ ଖଇରା ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ଅଜୟଙ୍କ ଚିକିତ୍ସା ସୁବିଧା କରାଇବା ପରେ ଏବେ ଅଜୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ତେବେ ଅଜୟ ବେହେରା କହିଛନ୍ତି,‘‘ ସକାଳୁ କୌଣସି କାର୍ଯ୍ୟପାଇଁ ମୁଁ ଘରୁ ବାହାରିଥିଲି । ରାସ୍ତା କାମ ପାଇଁ ରାସ୍ତା ଉପରେ ଚିପ୍ସ ଗଦା ହୋଇଥିଲା । ମୁଁ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିବା ସମୟରେ ଭାରସାମ୍ୟ ହରାଇ ମୋ ଗାଡିର ଦୁର୍ଘଟଣା ଘଟିଥିଲା । ଦେବଦୂତ ସାଜି ତଦସିଲଦାର ମତେ ସାହାଯ୍ୟ କରିଛନ୍ତି ।’’

ତେବେ ରାସ୍ତା ମରାମତି ନାଁରେ ଠିକାଦାରମାନେ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି । ଯାତାୟତ ରାସ୍ତାରେ ଚିପ୍ସ ଓ ବାଲି ଗଦା କରି ସାଧାରଣ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ପ୍ରତ୍ୟେକ ଦିନ ଏପରି ଅଘଟଣ ଘଟୁଛି । ବାଲି ଗୋଡିରେ ଖସି କାହାର ଜୀବନ ଯାଉଛି ତ କିଏ ଗୁରୁତର ହେଉଛି । ଏଥିପ୍ରତି ଖଇରା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଲୋକଙ୍କ ଯିବାଆସିବା ସୁବିଧା କରାଇବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details