ଓଡିଶା

odisha

ETV Bharat / state

କନାରା ବ୍ୟାଙ୍କ ଲୁଟ ଉଦ୍ୟମ, ପୋଲିସର ତଦନ୍ତ ଜାରି - ସିମୁଳିଆ ମାର୍କୋଣା ଛକ ବ୍ୟାଙ୍କ ଲୁଟ ଉଦ୍ୟମ

ସିମୁଳିଆ ଥାନା ମାର୍କୋଣା ଛକ ନିକଟରେ ଥିବା କାନାଡ଼ା ବ୍ୟାଙ୍କରୁ ଦୁର୍ବୁତ୍ତ ମାନେ ଲୁଟ ଉଦ୍ୟମ କରିଥିବା ଜଣା ପଡ଼ିଛି। ଅଧିକ ପଢନ୍ତୁ...

କନାରା ବ୍ୟାଙ୍କ ଲୁଟ ଉଦ୍ୟମ, ପୋଲିସ ତଦନ୍ତ ଜାରି
କନାରା ବ୍ୟାଙ୍କ ଲୁଟ ଉଦ୍ୟମ, ପୋଲିସ ତଦନ୍ତ ଜାରି

By

Published : Jul 30, 2021, 10:51 PM IST

ବାଲେଶ୍ଵର: ଜିଲ୍ଲାର ସିମୁଳିଆ ଥାନା ମାର୍କୋଣା ଛକ ନିକଟରେ ଥିବା କାନାଡ଼ା ବ୍ୟାଙ୍କରୁ ଦୁର୍ବୁତ୍ତ ମାନେ ଲୁଟ ଉଦ୍ୟମ କରିଥିବା ଜଣା ପଡ଼ିଛି।

କନାରା ବ୍ୟାଙ୍କ ଲୁଟ ଉଦ୍ୟମ, ପୋଲିସ ତଦନ୍ତ ଜାରି
ସୂଚନା ଅନୁସାରେ, ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେଉଥିବା ସମୟରେ ଜଣେ ଦୁର୍ବୁତ୍ତ ସଟରର ଚାବି ଭାଙ୍ଗି ବ୍ୟାଙ୍କ ଭିତରେ ପଶି ଲୁଟ ଉଦ୍ୟମ କରିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ସକାଳେ ବ୍ୟାଙ୍କର କର୍ମଚାରୀ ମାନେ ଚାବି ଭଙ୍ଗା ଯାଇଥିବାର ଦେଖି ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ବ୍ୟାଙ୍କ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details