ବାଲେଶ୍ଵର: କନିଷ୍ଠ ଯନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ମାଡ଼ ଅଭିଯୋଗ । ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ରାଜନୈତିକ ଦଳର କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
କନିଷ୍ଠ ଯନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ମାଡ ଅଭିଯୋଗ - balasor latest news
ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ଏକ ଠିକାଦାରୀ କାର୍ଯ୍ୟରେ ବିଲ ଅନୁମୋଦନ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ମାଡ ଅଭିଯୋଗ । ଏ ନେଇ ଔପଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
![କନିଷ୍ଠ ଯନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ମାଡ ଅଭିଯୋଗ କନିଷ୍ଠ ଯନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ମାଡ ଅଭିଯୋଗ](https://etvbharatimages.akamaized.net/etvbharat/prod-images/768-512-8210499-thumbnail-3x2-bls.jpg)
କନିଷ୍ଠ ଯନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ମାଡ ଅଭିଯୋଗ
କନିଷ୍ଠ ଯନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ମାଡ ଅଭିଯୋଗ
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ଏକ ଠିକାଦାରୀ କାର୍ଯ୍ୟରେ ବିଲ ଅନୁମୋଦନ ନେଇ ସମ୍ପୃକ୍ତ ଦଳୀୟ କର୍ମୀ ଜଣକ ବ୍ଲକ କାର୍ଯ୍ୟାଳୟ ଭିତରେ କନିଷ୍ଠ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତିଙ୍କୁ ଚାପୁଡ଼ା ମାରିଥିଲେ । ଏହାକୁ ନେଇ ବ୍ଲକ କର୍ମଚାରୀମାନେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଔପଦା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ବ୍ଲକ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ