ବାଲେଶ୍ବର: ଯାତ୍ରା ଜଗତର ଫେମସ୍ କମେଡିଆନ ରସରାଜ ମଣିଭଦ୍ର ବିଶ୍ୱାଳଙ୍କୁ ନିର୍ଯ୍ୟାତନା ଅଭିଯୋଗ । ରସରାଜ ମଣିଭଦ୍ର ବିଶ୍ୱାଳ ନିଜ ପୁଅ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ମଣିଭଦ୍ର 4 ବର୍ଷ ପୂର୍ବରୁ ଯାତ୍ରା ଜଗତରୁ ଅବ୍ୟାହତି ନେଇ ଖନ୍ତାପଡ଼ା ଥାନା ଅଧିନ ଓଳିଆପାଟଣାରେ ରହି ଆସୁଥିଲେ। କିଛିଦିନ ଧରି ତାଙ୍କ ପରିବାରରେ ଅଶାନ୍ତି ଦେଖାଦେଇଥିଲା। ମଣିଭଦ୍ରଙ୍କ ବଡ଼ପୁଅ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
ଫେସମ୍ ଯାତ୍ରା କମେଡିଆନ ରସରାଜଙ୍କୁ ନିର୍ଯ୍ୟାତନା, ଥାନାର ହେଲେ ଦ୍ବାରସ୍ଥ - ପ୍ରସିଦ୍ଧ ଯାତ୍ରା କମେଡିଆନ
ଯାତ୍ରା ଜଗତର ପ୍ରସିଦ୍ଧ କମେଡିଆନ ରସରାଜ ମଣିଭଦ୍ର ବିଶ୍ୱାଳ ନିଜ ପୁଅ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରସିଦ୍ଧ ଯାତ୍ରା କମେଡିଆନ ରସରାଜଙ୍କୁ ନିର୍ଯ୍ୟାତନା ଅଭିଯୋଗ
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ