ବାଲେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ବାଲେଶ୍ଵର ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀକୁ ଝାଡ଼ଖଣ୍ଡୀ ହାତୀପଲ ପଶି ଉତ୍ପାତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଗାଁ ଭିତରକୁ ୪୦ରୁ ଅଧିକ ହାତୀ ଆସିଥିବା ସୂଚନା ମିଳିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।
ବାଲେଶ୍ଵରରେ ପଶିଲେ ଝାଡ଼ଖଣ୍ଡୀ ହାତୀପଲ; ଆତଙ୍କିତ ଲୋକେ
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଝାଡ଼ଖଣ୍ଡୀ ହାତୀପଲ ବାଲେଶ୍ବରକୁ ପଶି ଉତ୍ପାତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ
ବାଲେଶ୍ଵରରେ ପଶିଲେ ଝାଡ଼ଖଣ୍ଡୀ ହାତୀପଲ; ଆତଙ୍କିତ ଲୋକେ
ହାତୀପଲ ଗତ ରାତିରେ ପାରୁଳିଆ ସାହିରେ ୧୦ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଳିଛି । ତେବେ ବାଲେଶ୍ଵର ଓ ମୟୂରଭଞ୍ଜ ସୀମା ପ୍ରସାଦଶୁଳ ନିକଟରେ ଆଉ ଏକ ହାତୀପଲ ରହିଛନ୍ତି । ଯେଉଁଥିରେ ୨୫ରୁ ଅଧିକ ହାତୀ ରହିଥିବାର ଅନୁମାନ କରିଛି ବନବିଭାଗ । ହାତୀଙ୍କ ଗତିବିଧିକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ଦୁଇଟି ଟିମ୍ ନିୟୋଜିତ ହୋଇଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ