ଓଡିଶା

odisha

By

Published : Mar 19, 2019, 8:53 PM IST

ETV Bharat / state

ନୀଳଗିରି ଅଞ୍ଚଳକୁ ମାଡି ଆସିଲେ ଝାଡ଼ଖଣ୍ଡି ହାତୀପଲ, ଗ୍ରାମବାସୀ ଭୟଭୀତ

ଗତକାଲି ବିଲମ୍ବିତ ରାତିରେ ମୟୂରଭଞ୍ଜ ଦେଇ 25ରୁ 30ଟି ହାତୀ ନୀଳଗିରି ଅଞ୍ଚଳକୁ ପଶି ଆସିଥିଲେ । ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୂରଭଞ୍ଜର ରାସଗୋବିନ୍ଦପୁର, ନଡ଼ପୁର ଓ ଦୁର୍ଗାଦେବୀ ପଥ ଦେଇ ନୀଳଗିରିକୁ ପଶିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ପୁଣି ବସ୍ତିମୁହାଁ ହେଲେ ଝାଡ଼ଖଣ୍ଡି ହାତୀପଲ । ଗତକାଲି ବିଳମ୍ବିତ ରାତିରେ ଜନବସତି ଆଡକୁ ମାଡି ଆସିଥିଲେ ଏହି ହାତୀପଲ । ଏଥିରେ ଭୟଭୀତ ଗ୍ରାମବାସୀ ବନ ବିଭାଗକୁ ଖବର ଦେବାପରେ ହାତୀ ଘଉଡାଇବା ପାଇଁ ବିଭାଗ ସଜାଗ ରହିଥିବା ଜଣାପଡ଼ିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ସୂଚନା ଅନୁସାରେ, ଗତକାଲି ବିଲମ୍ବିତ ରାତିରେ ମୟୂରଭଞ୍ଜ ଦେଇ 25ରୁ 30ଟି ହାତୀ ନୀଳଗିରି ଅଞ୍ଚଳକୁ ପଶି ଆସିଥିଲେ । ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୂରଭଞ୍ଜର ରାସଗୋବିନ୍ଦପୁର, ନଡ଼ପୁର ଓ ଦୁର୍ଗାଦେବୀ ପଥ ଦେଇ ନୀଳଗିରିକୁ ପଶିଥିବା ଜଣାପଡିଛି । ତେବେ ନୀଳଗିରି ରେଞ୍ଜର ପୁନ୍ଦାଳ, କାଠପାଳ ଓ ପାଟଣା ଦେଇ ନୀଳଗିରିକୁ ପ୍ରବେଶ କରିଥିବା ଏହି ହାତୀ ପଲ ଏବେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ହାତୀପଲର ଗତିବିଧିକୁ ଲକ୍ଷ୍ୟ କରି ବନବିଭାଗ ଆଗାମୀ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details