ବାଲେଶ୍ଵର: ଜିଲ୍ଲାର 5ଟି ସେଣ୍ଟରରେ ଆଜି (ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ଯୁଗ୍ମ ପ୍ରବେଶିକା ପରୀକ୍ଷା। ଦୁଇଟି ସିପ୍ଟରେ ଅନୁଷ୍ଠିତ ହେବ ଏହି ପରୀକ୍ଷା।
ସମସ୍ତ ସେଣ୍ଟରରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର ଆଦିକୁ ଗୁରୁତ୍ୱ ଦିଆଯାଇଛି । ଆଜି ବାଲେଶ୍ୱରର ଦୁଇଟି ସେଣ୍ଟରରେ ପରୀକ୍ଷା ହୋଇଛି। ଆସନ୍ତାକାଲି (ବୁଧବାର) ଠାରୁ ୬ ତାରିଖ ଯାଏଁ 5ଟି ସେଣ୍ଟରରେ ପରୀକ୍ଷା ହେବ।
ଆରମ୍ଭ ହେଲା ଯୁଗ୍ମ ପ୍ରବେଶିକା ପରୀକ୍ଷା, 2ଟି ପର୍ଯ୍ୟାୟରେ ହେବ ପରୀକ୍ଷା ପରୀକ୍ଷା ପାଇଁ ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ବାଲେଶ୍ଵର ସମେତ ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାରୁ ପିଲାମାନେ ପରୀକ୍ଷା ଦେଉଛନ୍ତି। ସେହିପରି ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ 'ଓଡିଶା ମୋ ପରିବାର' ପକ୍ଷରୁ ସେଣ୍ଟର ସମ୍ମୁଖରେ ସହାୟତା କେନ୍ଦ୍ର ଖୋଲାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ