ଓଡିଶା

odisha

ETV Bharat / state

Odisha Drugs Racket: ଜଳେଶ୍ବରରୁ ମାଷ୍ଟର ମାଇଣ୍ଡ ଲାଲନ ଶାହା ଗିରଫ

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ୧୩ କେଜି ହିରୋଇନ ଜବତ( heroin seized) ଘଟଣା । ଓଡିଶାର ଜଳେଶ୍ଵରରୁ ଗିରଫ ହେଲା ମାଷ୍ଟର ମାଇଣ୍ଡ ଲାଲନ ଶାହା । ଯୁବକ ଜଣକ ଜଳେଶ୍ବରର ଜଣେ ନାମୀ ଦାମୀ ମାଛ ବ୍ୟବସାୟୀ(Jaleswar fish trader) । ଅଧିକ ପଢନ୍ତୁ

By

Published : Jan 13, 2022, 8:45 AM IST

ଇଣ୍ଟର-ଷ୍ଟେଟ ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଜଳେଶ୍ବରର ମାଛ ବ୍ୟବସାୟୀ
ଇଣ୍ଟର-ଷ୍ଟେଟ ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଜଳେଶ୍ବରର ମାଛ ବ୍ୟବସାୟୀ

ବାଲେଶ୍ବର: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ୧୩ କେଜି ହିରୋଇନ ଜବତ( heroin seized) ଘଟଣା । ଓଡିଶାର ଜଳେଶ୍ଵରରୁ ଗିରଫ ହେଲା ମାଷ୍ଟର ମାଇଣ୍ଡ ଲାଲନ ଶାହା । ଯୁବକ ଜଣକ ଜଳେଶ୍ବରର ଜଣେ ନାମୀ ଦାମୀ ମାଛ ବ୍ୟବସାୟୀ(Jaleswar fish trader) । ଲାଳନ ସାହା ବାଲେଶ୍ଵରରୁ ଗାଡିରେ ପଶ୍ଚିମବଙ୍ଗକୁ ମାଛ ସପ୍ଲାଏ କରେ ଏବଂ ମାଛ ଗାଡିରେ ପଶ୍ଚିମବଙ୍ଗରରୁ ବ୍ରାଉନସୁଗାର ଆଣେ । ଯାହାର ଖବର ପୋଲିସ ଓ STF ପାଖରେ ଥିଲା । ଓଡ଼ିଶା ଓ ପଶ୍ଚିମବଙ୍ଗ ଦୁଇ ରାଜ୍ୟର STF ମିଳିତ ଭାବରେ ତଦନ୍ତ ଜାରି ରଖିଥିଲେ । ତେବେ ଜଳେଶ୍ବର ଥାନା ନିକଟ ଏକ ଗ୍ୟାରେଜରେ ଅଭିଯୁକ୍ତ ଲାଲନ ବସିଥିବାବେଳେ ସାଧା ପୋଷାକରେ ଥିବା STF ତାକୁ କାବୁ କରିଥିବା ଜଣାପଡ଼ିଛି।

ପ୍ରକାଶଥାଉକି, ଦୁଇ ଦିନ ତଳେ ହାଓଡ଼ା ପୋଲିସ କମିଶନର ଏକ ଆନ୍ତଃ ରାଜ୍ୟ ବ୍ୟବସାୟୀ ଦଳକୁ ଠାବ କରିଥିଲା । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସଦର ଥାନା ଶ୍ରୀପଲ୍ଲୀ ଅଞ୍ଚଳରୁ ପଶ୍ଚିମବଙ୍ଗ STF ଏକ ଭଡ଼ା ଘରୁ ୬ ଜଣଙ୍କୁ ଗିରଫ କରିବା ସହ ୧୩ କେଜି ହିରୋଇନ ଜବତ କରିଥିଲା । ଏହାସହ ସେମାନଙ୍କଠାରୁ ୨୦ ଲକ୍ଷ ୧୦ ହଜାର ନଗଦ ଟଙ୍କା, କିଛି ରାସାୟନିକ ସାମଗ୍ରୀ, ଟଙ୍କା ଗଣିବା ଯନ୍ତ୍ର, ପ୍ୟାକିଂ ମେସିନ ମଧ୍ୟ ଜବତ ହୋଇଥିଲା । ସେହି 6 ଜଣଙ୍କ ମଧ୍ୟରୁ ଜଳେଶ୍ବରରୁ ଶେଖ ରସିଦ ଓ ଇରସାଦ ଖାଁ ଗିରଫ ହୋଇଥିଲେ ।

ଗିରଫ ଦୁଇ ବ୍ରାଉନସୁଗାର ବ୍ୟବସାୟୀଙ୍କଠାରୁ ତଥ୍ୟ ପାଇ ତଦନ୍ତକାରୀ ଦଳ ଜଳେଶ୍ଵରର ଲାଲନ ସାହାକୁ ଗିରଫ କରିଛି। ଏବେ ଜଳେଶ୍ଵର ଅଞ୍ଚଳର କେତେକ ବଡ଼ ବଡ଼ ଧଳା ଜହର ବ୍ୟବସାୟୀ ବର୍ଦ୍ଧମାନ, ମୁର୍ସିଦାବାଦ,ବାଙ୍ଗଲାଦେଶ ସୀମା ଓ ଲାଲଗୋଲ୍ଲା ଅଞ୍ଚଳରେ ରହି ଆସୁଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details