ଓଡିଶା

odisha

ETV Bharat / state

ଲଗାଣ ବର୍ଷାର ପ୍ରଭାବ, ବିପଦ ସଙ୍କେତ ଉପରେ ଜଳକା ନଦୀ - heavy rain in balasore

2 ଦିନର ଲଗାଣ ବର୍ଷାରେ ବେହାଲ ବାଲେଶ୍ବର । ଏହି କ୍ରମରେ ସହରରେ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 25, 2019, 10:25 AM IST

ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । 2 ଦିନ ଧରି ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବିପଦ ସଂକେତ 5.50ମିଟର ଥିବାବେଳେ ଏବେ 6.22ମିଟରରେ ଜଳ ପ୍ରବାହିତ ହେଉଛି । ଏମିତି ବର୍ଷା ଲାଗି ରହିଲେ ଉପକୂଳ ଅଞ୍ଚଳରେ ବନ୍ୟା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ତଳିଆ ଅଞ୍ଚଳର ଲୋକମାନେ ଭୟଭୀତ ରହିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details