ବାଲେଶ୍ବର: ଆସନ୍ତା 20ରେ ବାଲେଶ୍ବର ଆସୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଭୋଗରାଇ ମହାଯଜ୍ଞରେ ଯୋଗଦେବେ ଜଗତଗୁରୁ । ଏଥିସହ ଧର୍ମସଭା ମାଧ୍ୟମରେ ଦିବ୍ୟାମୃତ ଆଶିବଚନ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।
ଭୋଗରାଇ ହେଲିପ୍ୟାଡ ପଡିଆରେ ମହାଯଜ୍ଞ ଆୟୋଜିତ ହେବ । ଏହି ଯଜ୍ଞ 18 ତାରିଖରୁ ଆରମ୍ଭ ହେଉଥିବାବେଳେ 20ରେ ଶଙ୍କରାଚାର୍ଯ୍ୟ ଯୋଗଦାନ କରିବେ । ଏନେଇ ଭୋଗରାଇ ଶ୍ରୀମଦ ଜଗତଗୁରୁ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରଚାର୍ଯ୍ୟଙ୍କ ଆଗମନ ସମ୍ପର୍କରେ ସୂଚନା ଦିଆଯାଇଛି ।