ଓଡିଶା

odisha

ETV Bharat / state

କୁକୁର କାମୁଡା ଇଞ୍ଜେକ୍ସନ ଅଭାବ, ମେଡିକାଲରେ ଉତ୍ତେଜନା - dot bite injection for gandogal in baleswar

କୁକୁର କାମୁଡା ଇଞ୍ଜେକ୍ସନର ଅଭାବକୁ ନେଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Nov 21, 2019, 1:32 PM IST

ବାଲେଶ୍ବର: କୁକୁର କାମୁଡା ଇଞ୍ଜେକ୍ସନର ଅଭାବକୁ ନେଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଆବଶ୍ୟକୀୟ ପରିମାଣର ଇଞ୍ଜେକ୍ସନ ରୋଗୀଙ୍କୁ ଦିଆଯାଇପାରୁ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ।

ସୂଚନା ଅନୁୟାୟୀ, ଗୁରୁବାର ସକାଳେ ପୁରୁଣା ବାଲେଶ୍ଵର ଅଞ୍ଚଳର ଜଣେ ରୋଗୀ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ମେଡିକାଲରେ ପହଞ୍ଚିଥିଲେ। ମାତ୍ର ମେଡିକାଲରେ ଇଞ୍ଜେକ୍ସନ ନଥିବା ନେଇ ଫାର୍ମାସିଷ୍ଟ କହିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମେଡିକାଲ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଏହାକୁ ନେଇ କ୍ରମଶଃ ଗଣ୍ଡଗୋଳର ରୂପ ନେଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରୋଗୀ ତଥା ସମ୍ପର୍କୀୟମାନେ ଏମିତି ଅବ୍ୟବସ୍ଥା ପାଇଁ ମେଡିକାଲ ପରିସରରେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ଏହା ଭିତରେ ମେଡିକାଲର କର୍ମଚାରୀ ମନୋଜ ପଟ୍ଟନାୟକଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରୋଗୀଙ୍କୁ ମେଡିକାଲ କର୍ମଚାରୀମାନେ ଦୁର୍ବବ୍ୟବହାର କରିଥିବା ମଧ୍ୟ ପାଲଟା ଅଭିଯୋଗ ହୋଇଛି। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳର ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ପ୍ରକାଶ ଥାଉକି, ପ୍ରତିମାସ ବାଲେଶ୍ଵର ମେଡିକାଲ ପାଇଁ 2ହଜାର ଆଣ୍ଟି ରେଟ୍ରୋ ଭାଇରାଲ(ଏଆରଭି) ଇଞ୍ଜେକ୍ସନ ଆବଶ୍ୟକ ହେଉଥିବା ବେଳେ ମାତ୍ର 1750 ଇଞ୍ଜେକ୍ସନ ଆସୁଛି। ଟେଣ୍ଡର ନେଇଥିବା ସମ୍ପୃକ୍ତ ଘରୋଇ କମ୍ପାନୀ ଠିକ ସମୟରେ ଇଞ୍ଜେକ୍ସନ ଯୋଗାଇବାରେ ଅସମର୍ଥ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details