ବାଲେଶ୍ବର: ବିରଳ ବଜ୍ରକାପ୍ତା ଉଦ୍ଧାର କଲା ବାଲେଶ୍ବର ଜିଲ୍ଲା ଔପଦା ବନବିଭାଗ । ସୂଚନା ଅନୁଯାୟୀ, ବାଲେଶ୍ୱର ଦନ୍ତୁର ଫରେଷ୍ଟ ବିଟହାଉସ୍ ଅନ୍ତର୍ଗତ ଦାରିପୋଖରୀ ଗାଁ ନିକଟରେ ଥିବା ପୀଡ଼ାକଟା କେନାଲ ନିକଟରୁ ଶୁକ୍ରବାର ରାତିରେ ଏହି ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହାର ଆନୁମାନିକ ଓଜନ ପ୍ରାୟ ୩ କିଲୋଗ୍ରାମରୁ ଅଧିକ ହେବ ବୋଲି ଜଣାଯାଇଛି।
ଔପଦାରୁ ବିରଳ ବଜ୍ରକାପ୍ତା ଉଦ୍ଧାର - ଔପଦା ବନବିଭାଗ
ବାଲେଶ୍ୱର ଜିଲ୍ଲାର ଔପଦା ଅଞ୍ଚଳରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର । ଏହାର ଆନୁମାନିକ ଓଜନ ପ୍ରାୟ ୩ କିଲୋଗ୍ରାମରୁ ଅଧିକ ହେବ ବୋଲି ଜଣାଯାଇଛି। ଅଧିକ ପଢନ୍ତୁ...

ବିରଳ ବଜ୍ରକାପ୍ତା ଉଦ୍ଧାର କଲା ଔପଦା ବନବିଭାଗ
ବିରଳ ବଜ୍ରକାପ୍ତା ଉଦ୍ଧାର କଲା ଔପଦା ବନବିଭାଗ
ଉକ୍ତ ଅଞ୍ଚଳର ଯୁବକ ପ୍ରଦୀପ ରାଉତ ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ। ବଜ୍ରକାପ୍ତାକୁ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ