ବାଲେଶ୍ବର: ଉତ୍ତର ଓଡ଼ିଶାରେ ଡରାଉଛି ବଜ୍ରପାତ । ଆଜି ଦୁଇଟି ସ୍ଥାନରେ ପୃଥକ ପୃଥକ ଭାବେ ବଜ୍ରପାତରେ 2 ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବାଲେଶ୍ବର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ବଜ୍ରପାତ ନେଇଛି ଆଉ ଏକ ଜୀବନ । ସେହିପରି କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ମଧ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।
ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ଭୋଗରାଇର ସାନଆଉସା ଗ୍ରାମର ଯୋଗେନ୍ଦ୍ର ବେହେରା ଓ ରାତିରାଣୀ ଜେନା ଚାଷ ଜମିରେ ସାର ଦେଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ଉଭୟ ଗୁରୁତର ହୋଇଥିବା ବେଳେ ଦୁହିଁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଯୋଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।