ବାଲେଶ୍ବର:ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା' ଦୁର୍ଗା । ସମସ୍ତ ରୀତିନୀତିରେ ମା'ଙ୍କ ଆବାହନ କରାଯାଇଥିବା ବେଳେ ଆଜି(ଶନିବାର) ଭକ୍ତ ଦେଇଛି ମା'ଙ୍କୁ ମେଲାଣି । ବାଲେଶ୍ଵରର 50ଟି ସ୍ଥାନରେ ହୋଇଥିବା ସାର୍ବଜନୀନ ପୂଜା ପେଣ୍ଡାଲରୁ ମା'ଙ୍କୁ ନେଇ ବାଲିଘାଟଠାରେ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି ।
ଏହାସହ ଅନେକ ଘରୋଇ ପୂଜାରେ ମଧ୍ୟ ମା'ଙ୍କୁ ନଦୀରେ ବିସର୍ଜନ କରାଯାଇଛି । ଚଳିତ ବର୍ଷ କୋଭିଡ଼ କଟକଣା ଭିତରେ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇଥିଲା । ଭକ୍ତମାନେ ଘରେ ବସି ଟେଲିଭିଜନରେ ମା'ଙ୍କ ପୂଜାର୍ଚ୍ଚନା ଦେଖିଥିଲେ । ସଂକ୍ରମଣ ଭୟ ଯୋଗୁଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ ।