ଓଡିଶା

odisha

ETV Bharat / state

ହୁକ ପକାଇ ବିଦ୍ୟୁତ ଚୋରି କରୁଛନ୍ତି ସରକାରୀ ଯନ୍ତ୍ରୀ ! - ଚୋରା ବିଦ୍ୟୁତ ଚାଲାଣ

ବାଲେଶ୍ଵର ଜିଲ୍ଲା ନୀଳଗିରି ଗ୍ରାମ୍ୟଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ-୨ଙ୍କ ସରକାରୀ ବାସଭବନକୁ ଚୋରାରେ ବିଦ୍ୟୁତ ଚାଲାଣ । ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ କରାଯାଇ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି। ଅଧିକ ପଢନ୍ତୁ...

ସରକାରୀ ଯନ୍ତ୍ରୀଙ୍କ ବାସ ଭବନକୁ ଚୋରା ବିଦ୍ୟୁତ ଚାଲାଣ
ସରକାରୀ ଯନ୍ତ୍ରୀଙ୍କ ବାସ ଭବନକୁ ଚୋରା ବିଦ୍ୟୁତ ଚାଲାଣ

By

Published : Feb 27, 2020, 9:31 PM IST

ବାଲେଶ୍ବର: ସରକାରୀ ବାସଭବନରେ ଚୋରା ବିଦ୍ୟୁତ ସଂଯୋଗ । ବାଲେଶ୍ଵର ଜିଲ୍ଲା ନୀଳଗିରି ଗ୍ରାମ୍ୟଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ-୨ଙ୍କ ସରକାରୀ ବାସ ଭବନକୁ ଚୋରାରେ ବିଦ୍ୟୁତ ଚାଲାଣ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ପର୍ଦ୍ଦାଫାଶ କରିଛି ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ ।

ସରକାରୀ ଯନ୍ତ୍ରୀଙ୍କ ବାସ ଭବନକୁ ଚୋରା ବିଦ୍ୟୁତ ଚାଲାଣ

ନୀଳଗିରି ସହରରେ ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । ଏହି ଚଢାଉରେ ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି । ଏହି ପ୍ରକ୍ରିୟା ଚାଲୁଥିବା ବେଳେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ-୨ ହୃଦାନନ୍ଦ ବେହେରାଙ୍କ ସରକାରୀ ବାସଭବନକୁ ଉପଭୋକ୍ତା ନହୋଇ ବେଆଇନ ଭାବେ ବିଦ୍ୟୁତ ନେବା ଓ ଏସି ଚଲାଇବା ନେଇ ବିଦ୍ୟୁତ ବିଭାଗର ଭିଜିଲାନ୍ସ ଦେଖିବାକୁ ପାଇଥିଲେ। ଏହାପରେ ଏହି ସରକାରୀ ବାସଭବନରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି । ଆଇନ ଅନୁସାରେ ଯନ୍ତ୍ରୀଙ୍କ ଉପରେ ଫାଇନ ଆଦାୟ କରାଯିବ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ

ABOUT THE AUTHOR

...view details