ବାଲେଶ୍ଵର: ବେଆଇନ ଗୋଚାଲାଣବେଳେ 40 ଗୋରୁ ଉଦ୍ଧାର କଲା ପୋଲିସ । ବାଲେଶ୍ବର ଜିଲ୍ଲା 16 ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ବେଆଇନ ଭାବେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା 40ଟି ଗୋରୁ ଉଦ୍ଧାର କରିବା ସହ କଣ୍ଟେନର ଜବତ କରିଛି ପୋଲିସ ।
ବେଆଇନ ଗୋଚାଲାଣ ବେଳେ 40 ଗୋରୁ ଉଦ୍ଧାର, କଣ୍ଟେନର ଜବତ - baalsor news
ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଏକ କଣ୍ଟେନରରେ ବେଆଇନ ଗୋଚାଲାଣ ବେଳେ ଧରିଲା ସିମୁଳିଆ ପୋଲିସ । କଣ୍ଟେନରରୁ 40 ଗୋରୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...
![ବେଆଇନ ଗୋଚାଲାଣ ବେଳେ 40 ଗୋରୁ ଉଦ୍ଧାର, କଣ୍ଟେନର ଜବତ ବେଆଇନ ଗୋଚାଲାଣ ବେଳେ 40 ଗୋରୁ ଉଦ୍ଧାର, କଣ୍ଟେନର ଜବତ](https://etvbharatimages.akamaized.net/etvbharat/prod-images/768-512-8431001-thumbnail-3x2-bla.jpg)
ବେଆଇନ ଗୋଚାଲାଣ ବେଳେ 40 ଗୋରୁ ଉଦ୍ଧାର, କଣ୍ଟେନର ଜବତ
ବେଆଇନ ଗୋଚାଲାଣ ବେଳେ 40 ଗୋରୁ ଉଦ୍ଧାର, କଣ୍ଟେନର ଜବତ
ସୂଚନା ଅନୁଯାୟୀ ସିମୁଳିଆ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ କଣ୍ଟେନର ଉପରେ ସନ୍ଦେହ ହେବାରୁ ତାକୁ ଅଟକାଇ ଯାଞ୍ଚ କରିଥିଲା । ଏହାପରେ ସେଥିରୁ 40 ଟି ଗୋରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡିଥିଲା । ସିମୁଳିଆ ପୋଲିସ ଗୋରୁ ଗୁଡିକୁ ଉଦ୍ଧାର କରି ଗୋଶାଳାରେ ଛାଡିବା ସହ ଡ୍ରାଇଭରକୁ ଅଟକ ରଖିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ