ଓଡିଶା

odisha

ETV Bharat / state

ନିୟମକୁ ଫୁ, ବେଆଇନ ଭାବେ ଚାଲିଛି ବାଲି ଚାଲାଣ - SAND TRANSPORT

ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି ବାଲି ମାଫିଆ । ସେପଟେ ସବୁ ଜାଣି ପ୍ରଶାସନ ଚୁପ୍ ବସିିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 7, 2019, 9:09 AM IST


ବାଲେଶ୍ୱର: ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି । ଜଳେଶ୍ବର ସୁବର୍ଣ୍ଣରେଖା ନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ କରି ବାଲି ମାଫିଆ ମାଲାମାଲ ହେଉଛନ୍ତି ।

ମାଇନିଂ ସହିତ ପରିବେଶ ଓ ଗ୍ରୀନ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ବାଲି ସୈରାତରୁ ମେସିନ ସାହାଯ୍ୟରେ କୌଣସି ପରିସ୍ଥିତିରେ ବାଲି ଉଠାଣ ହୋଇପାରିବ ନାହିଁ । ଏପରିକି ପାଣି ଭିତରୁ ବାଲି ଉଠାଯାଇ ପାରିବ ନାହିଁ । ଓଭର ଲୋଡିଂ ବାଲି କିମ୍ବା ବିନା ପାଲରେ ବାଲି ପରିବହନ ହୋଇପାରିବ ନାହିଁ । ମାତ୍ର ଏସବୁ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବାବେଳେ ପ୍ରଶାସନ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ସେହିପରି ବାଲି ନେବା ପାଇଁ ଆସୁଥିବା ଡମ୍ଫର ଗୁଡିକ ବାଲି ସୈରାତ ଭିତରକୁ ପଶି ନପାରି ରାସ୍ତା ଉପରେ ଘଣ୍ଟାଘଣ୍ଟା ଧରି ଛିଡା ହେଉଛି । ଫଳରେ ରାସ୍ତା ଜାମ ହୋଇ ଦୁର୍ଘଟଣା ଘଟୁଛି । ଅନେକ ଥର ପରିବେଶ ବିଭାଗ ତଦନ୍ତ କରିବାକୁ ଆସିଥିଲେ ମଧ୍ୟ ନିୟମକୁ ଫୁ କରି ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details