ଓଡିଶା

odisha

ETV Bharat / state

ବାଲି ମାଫିଆଙ୍କ ଉନ୍ମୁକ୍ତ କାଣ୍ଡ: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ - illegal

ବାଲିଆପାଳ ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ କିଛି ବାଲି ମାଫିଆ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 31, 2019, 10:10 AM IST

ବାଲେଶ୍ବର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବେ ବିପଦରେ । ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଥମୁନି । ଏହି କ୍ରମରେ ବାଲିଆପାଳ ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ କିଛି ବାଲି ମାଫିଆ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ସୂଚନା ଅନୁସାରେ, ଗତ କିଛିଦିନ ଧରି ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚାଲାଣକୁ ନେଇ ବାଲିଆପାଳର ଗଣମାଧ୍ୟମ ପ୍ରତିନିଧି ଖବର ପରିବେଷଣ କରିଆସୁଥିଲେ । ଏହାକୁ ନେଇ ବାଲି ମାଫିଆ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଦୁଇ ଦିନ ତଳେ ସାମ୍ବାଦିକ ଜଣକ ମାଫିଆ ମାନଙ୍କର ଧମକର ଶିକାର ମଧ୍ୟ ହୋଇ ଥିଲେ । ଉକ୍ତ ଘଟଣା ବିଷୟରେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ବାଲିଆପାଳରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କସହିତ ଆଲୋଚନା କରି ଥାନା ଅଧିକାରୀଙ୍କୁ ଜଣାଇବାର ନିଷ୍ପତ୍ତି ହୋଇଥିଲା । ଏହାପରେ ମଦ ମାଫିଆଙ୍କ କ୍ରୋଧର ଶିକାର ହୋଇଥିଲେ ସାମ୍ବାଦିକ ।

ସାମ୍ବାଦିକ ଜଣକ ନିଜର କାମ ସାରି ରାତି ୯ ଟା ସମୟରେ ଘରକୁ ଫେରୁଥିବା ବେଳେ ପୂର୍ବରୁ ଯୋଜନା ବଦ୍ଧ ଭାବେ 5ରୁ 6ଜଣ ଦୁର୍ବୃତ୍ତ ପାରୁଳିଆ ଛକ ଠାରେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ସାମ୍ବାଦିକଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଏକ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details