ଓଡିଶା

odisha

By

Published : Nov 5, 2022, 1:30 PM IST

ETV Bharat / state

ବେଆଇନ ଗୋରୁ ଚାଲାଣ: 800ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, 4 ଅଟକ

ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ବାଲେଶ୍ବରରୁ 8ଟି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ । ଅଧିକ ପଢ଼ନ୍ତୁ

illegal cow smuggling in balasore
ବେଆଇନ ଗୋରୁ ଚାଲାଣ: 800ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, 4 ଅଟକ

ବାଲେଶ୍ବର:ରାଜ୍ୟରେ ଥମୁନି ବେଆଇନ ଗୋରୁ ଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲୋମାଲ ହେଉଛନ୍ତି ଗୋ ମାଫିଆ । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣବେଳେ 800ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ । ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବାବେଳେ, ଏହି ଘଟଣାରେ 4 ଜଣଙ୍କୁ ପୋଲିସ ଅଟକ ରଖିଛି ।

ବେଆଇନ ଗୋରୁ ଚାଲାଣ: 800ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, 4 ଅଟକ

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା 60 ନମ୍ବର ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ପ୍ରତେକ ଦିନ ବିଭିନ୍ନ ଗାଡି ମାଧ୍ଯମରେ ଶହ ଶହ ଗୋରୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ 8ଟି କଣ୍ଟେନରରେ 800ରୁ ଊର୍ଦ୍ଧ ଗୋରୁ ବୋଝେଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଖବର ମିଳିବା ପରେ ପୋଲିସ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ଚଢ଼ାଉ କରିଥିଲା ।

ଲକ୍ଷ୍ମଣନାଥ ଟୋଲଗେଟ ନିକଟରୁ 5ଟି ଓ ବେଲି ଗୋପୀନାଥ ପୁର ଗ୍ରାମରୁ 3ଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଛି ଜଳେଶ୍ବର ପୋଲିସ । ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ 4 ଜଣଙ୍କୁ ଅଟକ ରଖିଛି ପୋଲିସ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details