ବାଲେଶ୍ବର: ଜିଲ୍ଲାରେ ଲକଡାଉନ ସମୟରେ ଚାଲିଛି ବେଧଡକ ବେଆଇନ ମଦ ଚାଲାଣ । ଏହାର ଖବର ପାଇ ବାଲେଶ୍ବର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଓ 5ଟି ବାଇକ ଜବତ କରାଯାଇଛି । ଏହାସହ ଚୋରା ମଦ କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ବେଆଇନ ମଦ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ, ଦୁଇ ଗିରଫ - ବେଆଇ ମଦ ଚାଲାଣ ଅଭିଯୋଗରେ ଦୁଇ ଗିରଫ
ବାଲେଶ୍ବର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଓ 5ଟି ବାଇକ ଜବତ କରାଯାଇଛି । ଏହାସହ ଚୋରା ମଦ କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ ...
ବେଆଇ ମଦ ଚାଲାଣ ବେଳେ ଅବକାରୀ ବିଭାଗକ ଚଢାଉ
ବେଆଇ ମଦ ଚାଲାଣ ବେଳେ ଅବକାରୀ ବିଭାଗକ ଚଢାଉ
ଲକଡାଉନର ସୁଯୋଗ ନେଇ ପୁରୁଣା ବାଲେଶ୍ଵର ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ଚୋରା ମଦ ଚାଲାଣ ହେଉଥିବା ଖବର ଅବକାରୀ ବିଭାଗ ପାଇଥିଲା । ପୁରୁଣା ବାଲେଶ୍ୱରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଇଂଚୁଡ଼ି ଓ ନୂଆନଇ ନିକଟରେ ଚଢ଼ାଉ କରିଥିଲା । ଚଢ଼ାଉରେ 8ଶହ ଲିଟର ଦେଶୀ ମଦ ଜବତ କରାଯିବା ସହ 5ଟି ବାଇକ ଜବତ କରାଯାଇଛି । ଏହାସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ