ଓଡିଶା

odisha

ETV Bharat / state

ପୋଲିସକୁ ମାଡମରା ଘଟଣାରେ ଆଇଏଚଆରସିର ତଦନ୍ତ ଦାବି - minor boys death case in baliapal dhaba

ବାଲିଆପାଳ ଆଇଆଇସିଙ୍କୁ ମାଡମରା ଘଟଣାରେ ତଦନ୍ତ ଦାବି କରିଛି ଆଇଏଚଆରସି । ଏହାକୁ ନେଇ ଏକ 5 ଜଣିଆ ଟିମ ଆଜି ବାଲେଶ୍ବର ଏସପିଙ୍କୁ ଭେଟି ଦାବି ଉପସ୍ଥାପନ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 31, 2019, 9:56 PM IST

ବାଲେଶ୍ବର: ବାଲିଆପାଳର ଏକ ଢ଼ାବାରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହେବା ଘଟଣାରେ ସେଠାକୁ ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଆଇଆଇସିଙ୍କୁ ଉତ୍ତ୍ୟକ୍ତ ଲୋକେ ଗୋଡ଼େଇ ଗୋଡ଼େଇ ମାଡ ମାରିବା ଘଟଣାକୁ ବିରୋଧ କରିଛି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ(ଆଇଏଚଆରସି) । ଏହାକୁ ନେଇ ଏକ 5 ଜଣିଆ ଟିମ ଆଜି ବାଲେଶ୍ବର ଏସପିଙ୍କୁ ଭେଟି ଦାବି ଉପସ୍ଥାପନ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନାବାଳକର ମୃତଦେହ ଢାବାରୁ ଉଦ୍ଧାର ହେବା ପରେ ଉତ୍ୟକ୍ତ ଲୋକେ ଉକ୍ତ ଲୋକେ ଉକ୍ତ ଢାବା ଓ ଢାବା ମାଲିକଙ୍କ ଘର ମଧ୍ୟ ଜାଳି ଦେଇଥିଲେ । ଏହାସହ ସେଠାକୁ ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମଧ୍ୟ ଲୋକମାନେ ମାଡ଼ ମାରିଥିଲେ ।

ଏହି ଘଟଣା ପରେ ବାଲିଆପାଳ ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି । ତେବେ ଘଟଣାର ତଦନ୍ତ କରିବା ସହ ମାଡ଼ ମାରିଥିବା ଲୋକଙ୍କୁ ଗିରଫ ଦାବି କରିଛି ଆଇଏଚଆରସି ର ଏହି ଟିମ। ଏହାସହ ସମ୍ପୃକ୍ତ ଢ଼ାବା ମାଲିକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details