ବାଲେଶ୍ବର: ଟଙ୍କା ରୋଜଗାର କରିବା ପାଇଁ ମଣିଷ ଯେ କେତେବେଳେ ନିମ୍ନଗାମୀ ହୋଇଯାଏ ତାହା ସେ ନିଜେ ମଧ୍ୟ ଜାଣିପାରେନି । ସବୁକିଛି ବୁଝିବା ବେଳକୁ ସେତେବେଳେ ସବୁକିଛି ସରିଯାଇଥାଏ । ସେମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ବାହାଘର ବେଳେ ନିଜକୁ ଜଣେ ଇଂଜିନିୟର ବୋଲି ପରିଚୟ ଦେଇ ବିବାହ କରିଥିଲେ ।
ମାତ୍ର 6 ମାସ ପରେ କେତେବେଳେ ପୁରୁଷ ବେଶରେ ସମଲିଙ୍ଗୀ ସମ୍ପର୍କ ତ ପୁଣି କେତେବେଳେ ମହିଳା ବେଶରେ ସେକ୍ସ ରାକେଟରେ ସମ୍ପୃକ୍ତ ରହିଥିବା କଥା ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ସୋର ଥାନା ମୁଳିସିଂ ପଞ୍ଚାୟତର ଆମ୍ବଗଡ଼ିଆ ଅଞ୍ଚଳର ଚିରଞ୍ଜିତ ଖିଲାରଙ୍କ ନାମରେ ଆସିଛି ଏମିତି ଅଭିଯୋଗ । ସ୍ତ୍ରୀଙ୍କ ଅଭିଯୋଗ ମୂଳେ, ସ୍ୱାମୀ ଗୁଜୁରାଟରେ ଇଂଜିନିୟର ଥିବା କଥା କହି ସେଠାରେ ପୁରୁଷ ବେଶ୍ୟା ଭାବେ ବୃତ୍ତି କରୁଥିଲେ । ଏମିତି କି ରାତିରେ ମହିଳା ବେଶରେ ମଧ୍ୟ ଏହି ବୃତ୍ତିକୁ ସେ ଆପଣେଇ ନେଇଥିଲେ ।