ETV Bharat Odisha

ଓଡିଶା

odisha

ETV Bharat / state

ଭୋକମୁକ୍ତ ଅଭିଯାନରେ ସାମାଜିକ ସଂଗଠନ: ଉପକୃତ ହେଲେଣି ୨ ହଜାର ଭୋକିଲା - hunger free campaign

ଖାଦ୍ଯ ହେବନି ନଷ୍ଟ, ଆଉ କେହି ରହିବେନି ଭୋକିଲା । ବାଲେଶ୍ବରରେ ଆରମ୍ଭ ହୋଇଛି ଭୋକ ମୁକ୍ତ ଅଭିଯାନ । ଅଧିକ ପଢନ୍ତୁ...

ଭୋକମୁକ୍ତ ଅଭିଯାନରେ ସାମାଜିକ ସଂଗଠନ; ଉପକୃତ ହେଲେଣି ୨ହଜାର ଭୋକିଲା
ଭୋକମୁକ୍ତ ଅଭିଯାନରେ ସାମାଜିକ ସଂଗଠନ; ଉପକୃତ ହେଲେଣି ୨ହଜାର ଭୋକିଲା
author img

By

Published : Nov 6, 2021, 10:05 PM IST

ବାଲେଶ୍ଵର : ସହରର ଦୁଃଖିମାନଙ୍କ ପାଇଁ ଅନେକ ସଂଗଠନ ସହଯୋଗର ହାତ ବଢ଼ାଇଛନ୍ତି। ସେହିପରି ସହରର ଭୋକିଲାମାନଙ୍କ ଉଦ୍ଦେଶ୍ୟରେ ହେଲପିଙ୍ଗ ସୋସାଇଟି ସଙ୍ଗଠନ ପକ୍ଷରୁ ଏକ ନୂତନ ତଥା ନିଆରା କାର୍ଯ୍ୟକ୍ରମ ‘ଭୋକ ମୁକ୍ତ ଅଭିଯାନ’ ଆରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରତ୍ୟେକ ଲୋକ ସାମିଲ ହୋଇ ନିଜର ଖୁସି ଦୁଃଖୀଙ୍କ ସହ ବାଣ୍ଟିବା ସହ ସେମାନଙ୍କ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି। ଏହାରି ମଧ୍ୟରେ ସଙ୍ଗଠନ ପକ୍ଷରୁ ଗତ ଅଗଷ୍ଟ ୨୫ ତାରିଖରେ ଆରମ୍ଭ ହୋଇଛି ଭୋକ ମୁକ୍ତ ଅଭିଯାନ ।

ଭୋକମୁକ୍ତ ଅଭିଯାନରେ ସାମାଜିକ ସଂଗଠନ; ଉପକୃତ ହେଲେଣି ୨ହଜାର ଭୋକିଲା

ସଂଗଠନର ସଦସ୍ୟମାନେ ସୋସିଆଲ ମିଡ଼ିଆ ଯୋଗେ ଯେଉଁ ଲୋକମାନେ ହୋଟେଲ ତଥା ବଡ଼ ବଡ଼ସ୍ଥାନରେ ଜନ୍ମଦିନ ପାଳନ କରୁଛନ୍ତି । ସେମାନଙ୍କୁ ବୁଝାସୁଝା କରି ଗରିବ, ଅସହାୟ ଲୋକ ଜିଲ୍ଲାରେ ଥିବା ଦୃଷ୍ଟିହୀନ ସ୍କୁଲରେ ଖାଦ୍ୟ ବଣ୍ଟନ କରିବା ପାଇଁ ସଚେତନ କରାଉଛନ୍ତି । ଏଥିରେ ବହୁ ଲୋକ ସଙ୍ଗଠନ ସହ ଯୋଡ଼ି ହୋଇ ନିଜର ଜନ୍ମଦିନକୁ ନିଆରା ଭାବେ ପାଳନ କରୁଛନ୍ତି । ଗରିବ, ଅସହାୟ ଓ ଦୃଷ୍ଟିହୀନ ପିଲାମାନଙ୍କ ଗହଣରେ ଜନ୍ମଦିନର କେକ୍ କାଟି ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ଅଭିଯାନରେ ଏବେ ସୁଦ୍ଧା ସଂଗଠନ ପକ୍ଷରୁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ଵ ଗରିବଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details