ଓଡିଶା

odisha

ETV Bharat / state

ବାମପଦା କୁଷ୍ଠାଶ୍ରମ ପରିଦର୍ଶନ କଲେ ହାଇକୋର୍ଟ ଆଡଭୋକେଟ ଟିମ - ବାମପଦା କୁଷ୍ଠାଶ୍ରମ

ହାଇକୋର୍ଟ ଆଡଭୋକେଟ ଟିମ ବାମପଦା କୁଷ୍ଠାଶ୍ରମ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ବାମପଦା କୁଷ୍ଠାଶ୍ରମ ପରିଦର୍ଶନ କଲେ ହାଇକୋର୍ଟ ଆଡଭୋକେଟ ଟିମ
ବାମପଦା କୁଷ୍ଠାଶ୍ରମ ପରିଦର୍ଶନ କଲେ ହାଇକୋର୍ଟ ଆଡଭୋକେଟ ଟିମ

By

Published : Jul 31, 2021, 9:19 PM IST

ବାଲେଶ୍ବର: ଜିଲ୍ଲା ରେମୁଣା ବାମପଦା ଠାରେ ଥିବା କୁଷ୍ଠାଶ୍ରମ ପରିଦର୍ଶନ କରିଛନ୍ତି ଓଡିଶା ହାଇକୋର୍ଟର 3 ଜଣିଆ ଆଡଭୋକେଟ କମିଟି। କୁଷ୍ଠାଶ୍ରମର ସମସ୍ୟା ପ୍ରତି ଏହି କମିଟି ଧ୍ୟାନ ଦେଇଥିବା ଜଣାପଡିଛି ।

ବାମପଦା କୁଷ୍ଠାଶ୍ରମ ପରିଦର୍ଶନ କଲେ ହାଇକୋର୍ଟ ଆଡଭୋକେଟ ଟିମ

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୁଷ୍ଠାଶ୍ରମରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ସୁବିଧା ମିଳୁନଥିବା ଅଭିଯୋଗ ହୋଇଥିଲା । ଯାହାଦ୍ବାରା କୁଷ୍ଠ ନିରାକରଣ ବଦଳରେ କୁଷ୍ଠ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳୁଥିଲା । ଏହି ସବୁ ସମସ୍ୟାକୁ ନେଇ ଓଡିଶା ହାଇକୋର୍ଟଙ୍କଠାରେ ଅଭିଯୋଗ କରାଯାଇଥିଲା । କୋର୍ଟ ଏହାକୁ ବିଚାର କରି ଏକ ତିନି ଜଣିଆ ଆଡଭୋକେଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ବିଭିନ୍ନ କୁଷ୍ଠାଶ୍ରମ ପରିଦର୍ଶନ କରି ସେଠାକାର ସ୍ଥିତି ଓ ରୋଗୀଙ୍କ ସମସ୍ୟା ସମ୍ପର୍କିତ ଏକ ବିସ୍ତୃତ ରିପୋର୍ଟ ସଂଗ୍ରହ କରି ଅଦାଲତଙ୍କ ନିକଟରେ ଦାଖଲ କରିବ।

ଏହି ପରିପ୍ରେକ୍ଷୀରେ ରେମୁଣା କୁଷ୍ଠାଶ୍ରମରେ ଏହି ଟିମ ପହଞ୍ଚି ସେଠାକାର ସ୍ଥିତି ପରଖିବା ସହ ରୋଗୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଏହାଛଡା ରୋଗୀମାନଙ୍କ ମୌଳିକ ସମସ୍ୟା, ଡାକ୍ତର ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details