ଓଡିଶା

odisha

By

Published : Oct 20, 2022, 11:54 AM IST

ETV Bharat / state

ଭୋଗରାଇ ତହସିଲଦାରଙ୍କୁ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

ଦାୟିତ୍ବରେ ଅବହେଳା ପାଇଁ ବାଲେଶ୍ବରର ଭୋଗରାଇ ତହସିଲଦାରଙ୍କୁ ହାଇକୋର୍ଟଙ୍କ ଭତ୍ସନା । ୩ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ଭୋଗରାଇ ତହସିଲଦାରଙ୍କୁ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ
ଭୋଗରାଇ ତହସିଲଦାରଙ୍କୁ ୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

କଟକ:ଭୋଗରାଇ ତହସିଲଦାରଙ୍କୁ ହାଇକୋର୍ଟଙ୍କ ଛାଟ । ଦାୟିତ୍ବରେ ଅବହେଳା କରିଥିବା ତହସିଲଦାରଙ୍କୁ ୩ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ (High Court Imposes Rs 3000 Fine On Bhograi Tehsildar) । ୧୧ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିବା ମ୍ୟୁଟେସନ୍ ମାମଲାର ଏ ପର୍ଯ୍ୟନ୍ତ ଫଇସଲା ନ ହେବା ପ୍ରସଙ୍ଗକୁ ନେଇ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଆବେଦନକାରୀଙ୍କୁ ତହସିଲଦାର ବ୍ୟକ୍ତିଗତ ଭାବେ ୩ ହଜାର ଟଙ୍କା ପ୍ରଦାନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିଜେ ତହସିଲଦାର ଏହି ଅର୍ଥ ଦେବେ ଓ ସରକାରୀ ତହବିଲରୁ ଏହି ଅର୍ଥ ପଇଠ ହେବ ‌ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ତହସିଲଦାର ଦାୟିତ୍ବ ସମ୍ପାଦନରେ ଗୁରୁତର ଅବହେଳା କରିଛନ୍ତି । ଏ ସଂପର୍କିତ ଫାଇଲ ହଜି ଯାଇଛି ବା ମିଳୁ ନାହିଁ ବୋଲି କୁହାଯାଉଥିବାବେଳେ, ଫାଇଲ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଭଳି ସ୍ଥିତିରେ ହାଇକୋର୍ଟ ବ୍ୟକ୍ତିଗତ ହାଜିରାରୁ ତହସିଲଦାରଙ୍କୁ ମୁକ୍ତ କରିବାକୁ ମନା କରିଛନ୍ତି । ନଭେମ୍ବର ୯ ତାରିଖ ସାଢେ ୧୦ଟା ସମୟରେ ତହସିଲଦାର ବ୍ୟକ୍ତିଗତ ଭାବେ ହାଜରେ ହୋଇ ଏହି ପ୍ରସଙ୍ଗରେ ‌ସାନି ସ୍ଥିତି ନେଇ ଅବଗତ କରିବେ ବୋଲି ହାଇକୋର୍ଟ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: କ୍ରିକେଟ ଖେଳୁଥିବା ବେଳେ ଛାତ୍ରଙ୍କ ମୃତ୍ୟୁ, ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ମୁତାବକ, ନିର୍ଦ୍ଦିଷ୍ଟ ଜମି ଆବେଦନକାରୀଙ୍କ ସପକ୍ଷରେ ରେକର୍ଡ କରିବା ପାଇଁ ସିଭିଲ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ୨୦୧୧ରେ ଆବେଦନକାରୀ ‌ଭୋଗରାଇ ତହସିଲଦାରଙ୍କ କାର୍ଯ୍ୟାଳୟରେ ମ୍ୟୁଟେସନ୍ ମାମଲା ରୁଜୁ କରିଥିଲେ । ମାମଲାର ଚୂଡାନ୍ତ ଫଇସଲା କରାଯାଇ ନଥିଲା । ଦଶ ବର୍ଷ ଧରି ମାମଲା ଏଭଳି ଭାବେ ପଡି ରହିଥିଲା । ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ମ୍ୟୁଟେସନ ମାମଲାର ଫଏସଲା ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details