ବାଲେଶ୍ବର: ହସଖୁସିରେ ଚାଲିଥିବା ପିରିବାର ଉପରେ ଲାଗିଗଲା ଗ୍ରହଣ । ଘରର ରୋଜଗାରିଆ ପୁଅ ଉପରେ ଦଇବ ସାଧିଲା ଦାଉ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଗଙ୍ଗାଧର । ପୁଅକୁ ଭଲ କରିବା ପାଇଁ ପୁରା ପରିବାର ଚେଷ୍ଟା ଜାରି ରଖିଥିବା ବେଳେ ଅର୍ଥ ସାଜିଛି ବାଧକ । ଏମିତି ଏକ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ହାଟ ମଇତାପୁର ଗାଁର ଗଙ୍ଗାଧର ଜୀଙ୍କ ପରିବାରରେ ।
କୌଣସି ରୋଗରେ ଆକ୍ରାନ୍ତ ନଥିଲେ ଗଙ୍ଗାଧର । ହଠାତ ସାମାନ୍ୟ ପାଦ ମୁହଁ ଫୁଲିବା ସହ ଜ୍ବର ଆରମ୍ଭ ହୋଇଥିଲା । ତାପରେ ଡାକ୍ତରଙ୍କ ପରାମର୍ଶ ପରେ ଜଣା ପଡ଼ିଲା ଯେ, ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଏହି ଖବର ଶୁଣିବା ପରେ ପରିବାର ଲୋକଙ୍କ ଉପରେ ସତେ ଯେମିତି ପାହାଡ ଭାଙ୍ଗି ପଡିଥିଲା । ଏଣୁତେଣୁ ଯୋଗାଡ଼ କରି ପରିବାର ଲୋକେ ଲକ୍ଷାଧିକ ଟଙ୍କା ସାରି ଗଙ୍ଗାଧରଙ୍କ ଚିକିତ୍ସା କରାଇଥିଲେ ମଧ୍ୟ ଆହୁରି ଅର୍ଥର ଆବଶ୍ଯକତା ରହିଛି । ଯାହା ଯୋଗାଡ଼ କରିବା ଗଙ୍ଗାଧରଙ୍କ ପରିବାର ପାଇଁ ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଛି । ଗଙ୍ଗାଧରଙ୍କ ଏମିତି ଅବସ୍ଥା ଦେଖି ଗ୍ରାମବାସୀ କିଛି ମଗାମଗି କରି ଟଙ୍କା ତାଙ୍କୁ ସାହାଯ୍ୟ କରିଛନ୍ତି । ମାତ୍ର ଏମିତି ରୋଗରେ ଗଙ୍ଗାଧର ପୀଡ଼ିତ ଯେ, ଲକ୍ଷଲକ୍ଷ ଟଙ୍କାର ଆଵଶ୍ୟକତା ରହିଛି । ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ଗଙ୍ଗାଧରଙ୍କ ହସଖୁସିର ପରିବାର ଥିଲା । ଏବେ ଯାହା ସମ୍ପୂର୍ଣ୍ଣ ଭାବେ ଦୁର୍ଦ୍ଦିନରେ ରହିଛି ।
ଦୁଇଟି ଯାକ କିଡନୀ ହରାଇ ହସ୍ପିଟାଲ ବେଡ୍ରେ ସ୍ୱାମୀ, ଜୀବନ ଭିକ୍ଷା ମାଗୁଛି ସ୍ତ୍ରୀ - ଦୁଇଟି ଯାକ କିଡନୀ ନଷ୍ଟ
ଦୁଇଟି ଯାକ କିଡନୀ ହରାଇ ଜୀବନ ସହ ସଂର୍ଘଷ କରୁଛି ଗଙ୍ଗାଧର । ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ସରିକାରୀ ସହାୟତାକୁ ଅନେଇ ବିସିଛି ପରିବାର । ଅଧିକ ପଢନ୍ତୁ
Published : Sep 24, 2023, 9:47 AM IST
ଏହା ମଧ୍ୟ ପଢନ୍ତୁ.. ପୁଅର ଔଷଧ ଖର୍ଚ୍ଚ ପାଇଁ ଟଲି ଟାଣୁଛି ବାପା, ଦୁଇଟି କିଡନୀ ହରାଇ ଶଯ୍ୟାଶାୟୀ ପୁଅ
ଏବେ ଗଙ୍ଗାଧର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁ ଭିତରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ସେପଟେ ଗଙ୍ଗାଧର ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏମିତି ଦୁଃଖ ପରେ ଦୁଃଖ ଗଙ୍ଗାଧରଙ୍କ ପରିବାର ଉପରେ ମାଡ଼ି ବସୁଥିବା ବେଳେ ସ୍ତ୍ରୀ ମାନସୀ ତାଙ୍କୁ ସୁସ୍ଥ କରିବା ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି । ଯଦି କୌଣସି ଅନୁଷ୍ଠାନ, କିମ୍ବା ସରକାରୀ ସ୍ତରରେ ସହାୟତା ମିଳି ପାରନ୍ତା ତେବେ ଗଙ୍ଗାଧର ସୁସ୍ଥ ହୋଇ ପାରନ୍ତେ । ଗଙ୍ଗାଧରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ନିମ୍ନରେ ପ୍ରଦତ୍ତ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବରରେ ସହାୟତା ପ୍ରଦାନ କରି ପାରିବେ ।
STATE BANK OF INDIA
SIMULIA BRANCH
A/C- 34186975278
IFSC- SBIN0002125
GPAY- 9556765750