ଓଡିଶା

odisha

ETV Bharat / state

ବାଲେଶ୍ବରରେ ବର୍ଷା ବିତ୍ପତି, ଯୋଗାଯୋଗ ବିଚ୍ଛିନ୍ନ - heavy rainfall in balasore

ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜିଲ୍ଲାର ନୀଳଗିରି ଅଞ୍ଚଳରେ ତେଲିପାଳରୁ ବାଙ୍କୀସାହି ଦେଇ ବରହମପୁରକୁ ସଂଯୋଗ କରୁଥିବା ରାସ୍ତା ଚାନ୍ଦିନୀପୋଲ ନିକଟରେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରେ ବର୍ଷା ବିତ୍ପତି,  ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ
ବାଲେଶ୍ବରରେ ବର୍ଷା ବିତ୍ପତି, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ

By

Published : Aug 26, 2020, 7:10 PM IST

ବାଲେଶ୍ଵର: ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ବାଲେଶ୍ବର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜିଲ୍ଲାର ନୀଳଗିରି ଅଞ୍ଚଳରେ ତେଲିପାଳରୁ ବାଙ୍କୀ ସାହି ଦେଇ ବରହମପୁରକୁ ସଂଯୋଗ କରୁଥିବା ରାସ୍ତା ଚାନ୍ଦିନୀପୋଲ ନିକଟରେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରେ ବର୍ଷା ବିତ୍ପତି, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ

ଶାଗଖରଡ଼ା ନଦୀ ଓ କମଳା ନଦୀରେ ଜଳସ୍ତର ବଢି ରାସ୍ତା ଓ ଚାଷଜମି ଜଳମଗ୍ନ ହୋଇଛି। ସେହିପରି ଅଯୋଧ୍ୟା ପଞ୍ଚାୟତର ସୋନ ନଦୀ କୂଳବର୍ତ୍ତୀ ଗାଁ ବାଡ଼ିଆକୁ ଏକ ମାତ୍ର ପ୍ରଵେଶ ରାସ୍ତା ପାଣିରେ ବୁଡି ଯାଇ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନ୍ୟପଟେ ଗରଡ଼ିହି ପଞ୍ଚାୟତର ଶିଆଡିମାଳ ଗ୍ରାମର କାନ୍ଦରା ସିଂଙ୍କର ଦୁଇ ବଖରା କଚ୍ଚା ଘର ପ୍ରବଳ ବର୍ଷା ଯୋଗୁଁ ଭୁଶୁଡି ପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details