ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ବେହାଲ ବାଲେଶ୍ବର, ଖାଲରେ ଫସିଲେ ବାଇକ ଚାଳକ - ବେହାଲ ବାଲେଶ୍ବର

ତାଣ୍ଡବ ରଚାଇଛି ବର୍ଷା । ଦୁଇ ଦିନ ହେବ ଜାରି ରହିଛି ଏହାର ପ୍ରକୋପ । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଧନଜୀବନ । ସେପଟେ ଜାତୀୟ ରାଜପଥରେ ଅନେକ ସ୍ଥାନରେ ପାଣି ଜମିବାରୁ ଖାଲରେ ଫସୁଛନ୍ତି ବାଇକ ଚାଳକ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 26, 2019, 8:32 AM IST

ବାଲେଶ୍ବର: ବିଗତ 2ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ବାଲେଶ୍ଵର । ଏହି ଦୃଶ୍ୟ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି। ବାଲେଶ୍ଵର କୁରୁଡ଼ାରୁ କୋଲକାତା ଯାଏ ଲମ୍ବିଥିବା ଜାତୀୟ ରାଜପଥର ବାମପଦା ଛକରେ ବଡ଼ ବଡ଼ ଗାତ ମଧ୍ୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ସାମାନ୍ୟ ବର୍ଷା ହେଲେ ଉକ୍ତ ଗାତ ଗୁଡିକରେ ପାଣି ପୂର୍ଣ୍ଣ ହୋଇଯାଇଥିବା ଦେଖିବାକୁ ମିଳେ। ଦୁଇଦିନ ବର୍ଷାରେ ମଧ୍ୟ ଉକ୍ତ ରାସ୍ତାରେ ଥିବା ଗାତରେ ପାଣି ଜମି ରହିଥିଲା। ରାଜପଥରେ ଗାଡ଼ି ଯିବା ଆସିବା କରିବା ପାଇଁ ଅନେକ ଅସୁବିଧା ହେଉଥିବା ବେଳେ ବାଇକ ଚାଳକ ଏହି ଖାଲରେ ପଡି କଲବଲ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଖାଲରେ ଫସିଲେ ବାଇକ ଚାଳକ

ଏଠାରେ ବାଇକ ଚାଳକ ଜଣକ ଫସି ରହିବା ପରେ ଶେଷରେ ବାହାରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ଖାଲ ଗୁଡିକ ମରାମତି ପାଇଁ ଅଞ୍ଚଳବାସୀ ଦାବି କରୁଥିବା ବେଳେ ପ୍ରଶାସନ ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଉକ୍ତ ରାସ୍ତା କଂକ୍ରିଟ କରା ନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details