ବାଲେଶ୍ବର:ବଙ୍ଗୋପସାରରେ ସୃଷ୍ଟି ଲଘୁଚାପ ଯୋଗୁଁ ଅଶାନ୍ତ ରହିଛି ସମୁଦ୍ର । ସମୁଦ୍ରରେ ଉଚ୍ଚ ଜୁଆର ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଗଞ୍ଜାମରେ କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଫସିକି ରହିଥିବାବେଳେ ସେମାନଙ୍କୁ ଏୟାରଲିଫ୍ଟ୍ କରାଯାଇ ଉଦ୍ଧାର କରାଯାଇଥିଲା । ଏହାକୁ ଆଖି ଆଗରେ ରଖି ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟରୁ ମାଇକ ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ପାଇଁ ବାଲେଶ୍ବର ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ(ସାମୁଦ୍ରିକ)କୁ ଚିଠି ଆସିଛି।
ବାତ୍ୟା ସମୟରେ ସମୁଦ୍ର ଭିତରକୁ ମାଛ ଧରିବାକୁ ନ ଯିବା ଏବଂ ଯେଉଁ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରିଆସିବା ପାଇଁ ଖବର ଦେବାକୁ ବାହାବଳପୁରରେ ମାଇକ୍ ମାଧ୍ୟମରେ ଘୋଷଣା କରାଯାଇଛି। ୮ ରୁ ୮.୫ ମିଟର ଡଙ୍ଗାରେ ଯାଉଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ସମସ୍ତ ଏଫଏଲସି/ଏଫଏସ୍ ମତ୍ସ୍ୟଜୀବୀଙ୍କୁ ସଚେତନତା କରାଇବା ବିଷୟରେ ଚିଠି ଆସିଛି।