ଓଡିଶା

odisha

ETV Bharat / state

ଅପରାହ୍ନରେ ରେଳ ଲାଇନ ମରାମତି, ସନ୍ଧ୍ୟାରେ ଓଲଟି ପଡିଲା ମାଲବାହୀ ଟ୍ରେନ ! - ବାଲେଶ୍ବରରେ ଓଲଟି ପଡିଲା ମାଲବାହୀ ଟ୍ରେନ

ପୁଣି ଓଲଟିଲା ଟ୍ରେନ ବଗି । ଲଗାଣ ବର୍ଷା ଫଳରେ ରେଳ ଧାରଣାରୁ ମାଟି ଅତଡା ଖସିବା ଯୋଗୁଁ ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଲାଇନର ମରାମତି କର୍ଯ୍ୟ କରାଯାଇଥିବା ବେଳେ ସନ୍ଧ୍ୟାରେ ସେହି ଲାଇନରରେ ଏକ ମାଲବାହୀ ଟ୍ରେନ ଧସି ଯାଇଥିବା ସହ ଟ୍ରେନର କିଛି ବଗି ଓଲଟି ପଡିଥିବାର ସୂଚନା ମିଳିଛି ।

ଓଲଟି ପଡିଲା ମାଲବାହୀ ଟ୍ରେନ
ଓଲଟି ପଡିଲା ମାଲବାହୀ ଟ୍ରେନ

By ETV Bharat Odisha Team

Published : Oct 4, 2023, 10:45 PM IST

ବାଲେଶ୍ବର: ପୁଣି ଓଲଟିଲା ଟ୍ରେନ ବଗି । ଲଗାଣ ବର୍ଷା ଫଳରେ ରେଳ ଧାରଣାରୁ ମାଟି ଅତଡା ଖସିବା ଯୋଗୁଁ ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଲାଇନର ମରାମତି କାର୍ଯ୍ୟ କରାଯାଇଥିବା ବେଳେ ସନ୍ଧ୍ୟାରେ ସେହି ଲାଇନରରେ ଏକ ମାଲବାହୀ ଟ୍ରେନ ଧସି ଯାଇଥିବା ସହ ଟ୍ରେନର କିଛି ବଗି ଓଲଟି ପଡିଥିବାର ସୂଚନା ମିଳିଛି । ତେବେ ସକାଳେ ଏମିତି ରେଳ ଲାଇନ ଅବସ୍ଥା ସୁଧାରିବା ପରେ ପୁଣି ସନ୍ଧ୍ୟାରେ ଦୁର୍ଘଟଣା ଘଟିବା କେଉଁଠି ନା କେଉଁଠି କାର୍ଯ୍ୟରେ ଅବହେଳା ହୋଇଥିବା ଜଣାପଡୁଛି । ସେପଟେ ଏନେଇ ସରକାରୀ ସ୍ଥରରୁ କୌଣସି ସୂଚନା ମିଳିପାରିନାହିଁ ।

ତେବେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟରେ ରେଳ ଧାରଣାରୁ ମାଟି ଅତଡା ଖସି ଯାଇଥିବା ଦେଖିବାକୁ ମିଳିଥିଲା। ଯାହାଦ୍ୱାରା ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ଅନେକ ଗୁଡିଏ ପାସେଞ୍ଜର ଓ ମାଲବାହୀ ଟ୍ରେନ ବାତିଲ ମଧ୍ୟ ହୋଇଥିଲା । ସେପଟେ ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେଳ ଲାଇନ ମରାମତି କାର୍ଯ୍ୟ କରାଯାଇଥିବା ବେଳେ ଅପରାହ୍ନ ବେଳକୁ ରେଳ ଲାଇନର ମରାମତି କାର୍ଯ୍ୟ ଶେଷ ହୋଇଥିଲା। ଏହାପରେ ମରାମତି ହୋଇଥିବା ଲାଇନରେ ଟ୍ରେନ ଗଡିବା ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ସମୟରେ ଏକ ମାଲବାହୀ ଟ୍ରେନ ଧସି ଯାଇଥିବା ନେଇ ବେସରକାରୀ ସୂତ୍ରରୁ ଜଣା ପଡ଼ିଛି। ତେବେ ମାଲବାହୀ ଟ୍ରେନର କେତୋଟି ବଗି ଓଲଟିଛି ଏବଂ କେତେ କ୍ଷତିଗ୍ରସ୍ଥ ହୋଇଛି ତାହା ଜଣାପଡ଼ିନାହିଁ।

ଏହା ମଧ୍ୟ ପଢ଼ନ୍ତୁ...ଲଗାଣ ବର୍ଷାରେ ରେଳ ଧାରଣାରୁ ଖସିଲା ମାଟି ଅତଡା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ

ପ୍ରକାଶ ଥାଉକି, କିଛିଦିନ ତଳେ ଭଦ୍ରକରୁ ବାଲେଶ୍ଵର ଆସୁଥିବା ମେମୁ ଟ୍ରେନ ନୀଳଗିରି ରୋଡ଼ ଷ୍ଟେସନ ନିକଟରେ କ୍ରସ ଓଭର ସମସ୍ୟା ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ପୁଣି ଥରେ ବାହନାଗା ରେଳ ଦୁର୍ଘଟଣାର ପୁନରାବୃତ୍ତି ହେବା ଆଗରୁ ଲକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନରେ ଥିବା ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା। ତେବେ କ୍ରସ ଓଭର ବା ଇଣ୍ଟର ଲକିଂରେ ସମସ୍ୟା ଥିବା ଯୋଗୁଁ ଏକ ବିରାଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତା ମେମୁ ଟ୍ରେନ। ଆଉ ଟିକେ ଆଗକୁ ଯାଇଥିଲେ ପଏଣ୍ଟ ଫାଟି ଯାଇ ଅନେକ ଲୋକଙ୍କ ଜୀବନ ଯାଇଥାନ୍ତା। ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details