ଓଡିଶା

odisha

ETV Bharat / state

ପୁଣି ବାଲେଶ୍ୱରରେ ଟ୍ରେନ ଅଘଟଣ, ୱାଗନ ଛାଡି ପଳାଇଲା ଇଞ୍ଜିନ - ୱାଗନ ଛାଡି ପଳାଇଲା ଇଞ୍ଜିନ

ବାଲେଶ୍ବର ଜିଲ୍ଲାରେ ପୁଣି ଟ୍ରେନ ଅଘଟଣ । ୱାଗନକୁ ଛାଡ଼ି ପଳାଇଲା ଇଞ୍ଜିନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 22, 2023, 3:45 PM IST

ୱାଗନ ଛାଡି ପଳାଇଲା ଇଞ୍ଜିନ

ବାଲେଶ୍ବର: ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣା ପରେ ରେଳ ବିଭାଗ ଉପରେ ସତେ ଯେମିତି ଶନିଦଶା ପଡିଥିବା ମନେ ହେଉଛି । ଏହି ଦୁର୍ଘଟଣା ପରେ ବାଲେଶ୍ଵର ସମେତ ଦେଶର ବିଭିନ୍ନ ସ୍ଥାନରୁ ରେଳ ଜନିତ ଦୁର୍ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ପୁଣି ଆଜି ସୋର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ 10ଟି ୱାଗନକୁ ଛାଡି ପଳାଇଲା ରେଳ ଇଞ୍ଜିନ । କିଛି ସମୟ ପରେ ଇଞ୍ଜିନରୁ ଅଲଗା ହୋଇଥିବା ୱାଗନକୁ ଯୋଡ଼ା ଯାଇଥିଲା ।

ଆଦାନୀ କମ୍ପାନୀର କୋଇଲା ବୋଝେଇ ମାଲଗାଡି ଟାଟା ଅଭିମୁଖେ ଯାଉଥିବା ସମୟରେ ସୋର ରେଳ ଷ୍ଟେସନ ନିକଟରେ 1 ନମ୍ବରରୁ 10ଟି ବଗିକୁ ଛାଡି ପଳାଇ ଯାଇଥିଲା । ଖବର ପାଇ କିଛି ସମୟ ପରେ ରେଲୱେ କର୍ମଚାରୀ ସେଠାରେ ପହଞ୍ଚି ପୁଣି ଟ୍ରେନଟି ପଛକୁ ଫେରି ବଗି ସଂଯୋଗ କରିଥିଲେ । ଏହାପରେ ଟ୍ରେନଟି ପୁଣି ଟାଟା ଅଭିମୁଖେ ଯାଇଥିବା ସୂଚନା ମିଳିଛି । ତେବେ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ବେଳେ କିଭଳି ପାଇଲଟ ଓ କର୍ମଚାରୀ ସଚେତନ ହେଉନାହାନ୍ତି, ତାହାକୁ ନେଇ ବଡ଼ ପ୍ରଶବାଚୀ ସୃଷ୍ଟି ହୋଇଛି।

ଏହା ବି ପଢନ୍ତୁ- Odisha Train Accident: ସିଗନାଲ ତ୍ରୁଟିରୁ ଘଟିଥିଲା ଟ୍ରେନ ଦୁର୍ଘଟଣା

ପ୍ରକାଶ ଥାଉକି, କିଛିଦିନ ତଳେ ଭଦ୍ରକରୁ ବାଲେଶ୍ଵର ଆସୁଥିବା ମେମୁ ଟ୍ରେନ ନୀଳଗିରି ରୋଡ ଷ୍ଟେସନ ନିକଟରେ କ୍ରସ ଓଭର ସମସ୍ୟା ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଅନେକ ଲୋକଙ୍କ ଜୀବନ । ପୁଣି ଥରେ ବାହନାଗା ରେଳ ଦୁର୍ଘଟଣାର ପୁନରାବୃତ୍ତି ହେବା ଆଗରୁ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନରେ ଥିବା ଅନେକ ଲୋକଙ୍କ ଜୀବନ ବର୍ତ୍ତିଥିଲା। ପଏଣ୍ଟ ରିଭର୍ସ ସେଟରେ ସମସ୍ୟା ଥିବା ବେଳେ ସିଗନାଲ ଷ୍ଟାଫଙ୍କ ଅବହେଳା ଯୋଗୁଁ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତା ମେମୁ ଟ୍ରେନ।

ସେହିଭଳି ଗତ 14 ତାରିଖରେ ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ରୋଡ ଷ୍ଟେସନ ନିକଟରେ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଯାତ୍ରୀ । ପ୍ୟାସେଞ୍ଜର ଟ୍ରେନଟି ଖଡ଼ଗପୁରଠାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ମଣନାଥ ରୋଡ ଷ୍ଟେସନ ନିକଟରେ ଇଞ୍ଜିନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଖଡ଼ଗପୁର-ଭଦ୍ରକ ପାସେଞ୍ଜର ଟ୍ରେନର ଇଞ୍ଜିନ ତଳୁ ଧୂଆଁ ଵାହରିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।

ଭୟରେ ଯାତ୍ରୀମାନେ ଟ୍ରେନ ତଳକୁ ଡେଇଁ ପଡ଼ିଥିଲେ । ଚଳନ୍ତା ଟ୍ରେନରେ ଯାତ୍ରୀମାନେ ଚିତ୍କାର କରି ପାଇଲଟଙ୍କୁ ଏ ବିଷୟରେ ଜଣାଇବାକୁ ଚେଷ୍ଟା କରିଥିଲେ । ଲକ୍ଷ୍ମଣ ନାଥ ରୋଡ ଷ୍ଟେସନରେ ଟ୍ରେନ ଛିଡା ହେବା ପରେ ପାଇଲଟ୍ ତଳକୁ ଓହ୍ଲାଇ ଇଞ୍ଜିନ ତଳୁ ବାହାରୁଥିବା ଧୂଆଁକୁ ଆୟତ୍ତ କରିଥିଲେ । ଏମିତି ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟୁଥିବା ବେଳେ ରେଳ ବିଭାଗ ଓ କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ବ ବଢିବା ସହ ଯତ୍ନବାନ ହେବାର ଆଵଶ୍ୟକତା ରହିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details