ବାଲେଶ୍ବର: ପାଶବିକତାର ସୀମା ଟପିଲା ମଣିଷ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ଏହି ଜାତିକୁ କରୁଛି ଅସମ୍ମାନ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଉନାହାନ୍ତି କିଛି ଦୁର୍ବୃତ୍ତ । ଗୃହପାଳିତ ଛେଳିକୁ ଦୁଷ୍କର୍ମ କରିବା ପରେ ଛେଳିଟିର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ଛେଳି ମାଲିକ । ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତ୍ରଗତ ଗରସଙ୍ଗ ଗ୍ରାମରୁ ।
ଅଭିଯୋଗ ଅନୁସାରେ, ଗରସଙ୍ଗ ଗ୍ରାମର ଅଭିଯୁକ୍ତ ବସନ୍ତ ଦାସ ସେହି ଗ୍ରାମର ମହେଶ୍ବର ଦାସଙ୍କ ଘରେ ପଶି ତାଙ୍କର ଏକ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ଛେଳି ରଡି ଛାଡିବାରୁ ପରିବାର ଲୋକେ ଉଠି ପଡ଼ିଥିଲେ । ପରିବାର ଲୋକେ ଛେଳିକୁ ଦେଖିବା ପାଇଁ ଗଲାବେଳକୁ ସେଠାରେ ବସନ୍ତ ଦାସ ଉଲଗ୍ନ ଅବସ୍ଥାରେ ରହିଥିଲା । ଏହାସହ ଛେଳିକୁ ସେ ଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା । ପରିବାର ଲୋକେ ସଙ୍ଗେସଙ୍ଗେ ଗର୍ଭବତୀ ଛେଳିକୁ ଅନ୍ତରା ପଶୁ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଡାକ୍ତର ଛେଳିକୁ ମୃତ ଘୋଷଣା କରିଥିଲେ ।