ଓଡିଶା

odisha

କୁନି କାନ୍ଧରେ ପରିବାର ବୋଝ, ବାଉଁଶ ସିଡି ବିକ୍ରି କରି ଚଳାଉଛନ୍ତି ପରିବାର

By

Published : Apr 7, 2023, 10:35 PM IST

ବାଉଁଶ ସିଡି ପରରିବାରଙ୍କ ସାହାରା। 13 ବର୍ଷର ଝିଅ ସିଡି ବିକ୍ରି କଲେ ପରିବାରର 5 ପ୍ରାଣୀଙ୍କ ମୁହଁକୁ ଯାଏ ଦାନା । ପାଠ ଛାଡି ପରିବାର ପ୍ରତି ପୋଷଣ କରୁଛି କୁନି ଝିଅ । ଅଧିକ ପଢ଼ନ୍ତୁ

ବାଉଁଶ ସିଡି ବିକ୍ରି କରି  ପରିବାର ଚଳାଉଛନ୍ତି 13 ବର୍ଷର ଝିଅ
ବାଉଁଶ ସିଡି ବିକ୍ରି କରି ପରିବାର ଚଳାଉଛନ୍ତି 13 ବର୍ଷର ଝିଅ

ବାଉଁଶ ସିଡି ବିକ୍ରି କରି ପରିବାର ଚଳାଉଛନ୍ତି 13 ବର୍ଷର ଝିଅ

ବାଲେଶ୍ବର : ମଣିଷ ସବୁବେଳେ ଉନ୍ନତିର ସିଡ଼ି ଚଢ଼ିବାକୁ ପସନ୍ଦ କରିଥାଏ। ସିଡ଼ି ପାଲଟିଛି ଜୀବନ ଜୀବିକା ପାଲଟିଛି । ଆଜିର ଅତ୍ୟାଧୁନିକ ଯୁଗରେ ବଜାରରେ ଷ୍ଟିଲ ସିଡ଼ି ମିଳୁଥିବା ବେଳେ ଏହି ପରିବାର କିନ୍ତୁ ବାଉଁଶରେ ସମ୍ପୂର୍ଣ୍ଣ ଦେଶୀ ସିଡ଼ି ତିଆରି କରି ବଜାରରେ ବିକ୍ରି କରୁଛନ୍ତି । ସେଥିରୁ ଯାହା ଦୁଇ ପଇସା ମିଳୁଛି, ସେଥିରେ ପରିବାରର 5 ପ୍ରାଣୀଙ୍କ ମୁହଁକୁ ଦାନା ଯାଉଛି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ସୋମନାଥପୁର ଅଞ୍ଚଳର ପବନ ବେହେରାଙ୍କ କଥା।

ତେବେ ପବନ କହିଛନ୍ତି, "ଗୋଟିଏ ସିଡ଼ି ତିଆରି କରିବାକୁ ପବନଙ୍କୁ ପ୍ରାୟ 3ଦିନ ସମୟ ଲାଗିଥାଏ । ପବନ ବାଉଁଶରେ 5 ଫୁଟ ଠାରୁ ଆରମ୍ଭ କରି 14 ଫୁଟ ଯାଏ ଲମ୍ବର ସିଡ଼ି ତିଆରି କରୁଛୁ । ସିଡ଼ି ତିଆରି ସମ୍ପୂର୍ଣ୍ଣ ହେବାପରେ ଏହିସବୁ ସିଡ଼ି ବିକ୍ରି ପାଇଁ ବଡ଼ ଝିଅ ବିଜୟଲକ୍ଷ୍ମୀ ସାଇକେଲରେ ନେଇ ବିକ୍ରି କରିଥାଏ। ପଖ୍ୟାଘାତ ରୋଗରେ ପବନ ଆକ୍ରାନ୍ତ ହୋଇଥିବା ଯୋଗୁଁ ମୁଁ ବାହାରକୁ ବାହାରିବା ସମ୍ଭବ ହେଉନି ।" ତେଣୁ ସିଡ଼ି ଗୁଡିକ 13 ବର୍ଷର ଝିଅ ହିଁ ବିକ୍ରି କରିବାକୁ ନେଉଛି ।

ଏନେଇ ପବନ ବେହେରାଙ୍କ ବଡ଼ ଝିଅ ବିଜୟଲକ୍ଷ୍ମୀ କହିଛନ୍ତି, "ଘରର ବଡ ଝିଆ ହିସାବରେ ସେ ଘରର ଦାୟୀତ୍ବ ତୁଲାଉଛି । ବାପା, ମା’ ଉଭୟ ରୋଗିଣା ଥିବା ବେଳେ ଭାଇଭଉଣି କୁନିକୁନି ତେଣୁ ପରିବାରର ଭାର ମୋ କାନ୍ଧରେ । ମୁଁ ସାଇକଲରେ ବାଉଁଶ ସିଡ଼ି ବାନ୍ଧି ଗାଁ ଗାଁ ବୁଲି ବିକ୍ରି କରୁଛି । କେବଳ ଗାଁରେ ନୁହେଁ ବରଂ 10ରୁ 15 କିଲୋମିଟର ଦୂର ବାଲେଶ୍ଵରର ବିଭିନ୍ନ ଛକ ସ୍ଥାନରେ ଠିଆ ହୋଇ ସିଡ଼ି ବିକୁଛି ।" 200 ଟଙ୍କାରୁ ଆରମ୍ଭ କରି 500 ଟଙ୍କା ଯାଏ ସିଡିର ମୂଲ୍ୟ ରହିଥିବା ବେଳେ ଏହି ଟଙ୍କାରେ ହିଁ ପବନଙ୍କ ପରିବାର ଚଳୁଛି । କାମ ପାଇଁ ତାଙ୍କର ପାଠପଢରେ ମଧ୍ୟ ଧ୍ୟାନ ଦେଇ ପାରୁ ନାହାଁନ୍ତି ।

ସରକାରୀ ସ୍ତରରେ ପବନଙ୍କ ପରିବାରକୁ କୌଣସି ସୁବିଧା ସୁଯୋଗ ମିଳିପାରି ନାହିଁ । କେବଳ ଚାଉଳକୁ ଛାଡିଦେଲେ ଭତ୍ତା କି ଅବାସ ଘର ଖଣ୍ଡେ ମଧ୍ୟ ମିଳିପାରି ନାହିଁ । ବାରମ୍ବାର ଅବେଦନ କରି ମଧ୍ୟ ସରକାରୀ ସ୍ତରରେ ପାବନ କିଛି ପାଇ ପାରି ନାହାଁନ୍ତି । ନିଜର ଭାଗ୍ୟକୁ ଆଦରି ଚାଳ ଛପର ଘରେ ପଡି ରହିଛନ୍ତି 5 ପ୍ରାଣୀ । ତେବେ ପରିବାରର ଅବସ୍ଥାକୁ ଦେଖି ରେମୁଣା କାଉନସିଲର କହିଛନ୍ତି, "ପବନଙ୍କ ପରିବାରକୁ ସମ୍ପୂର୍ଣ୍ଣ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ । ତାଙ୍କୁ ଆବାସ ଯୋଜନଠାରୁ ଆରମ୍ଭ କରି ଭତ୍ତା ଟଙ୍କା ଓ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details