ଓଡିଶା

odisha

ETV Bharat / state

ବରଫ କଳରୁ ଗ୍ୟାସ ଲିକ, ଜଣେ ନାବାଳକ ଅସୁସ୍ଥ - ବରଫକଳରୁ ଗ୍ୟାସ ଲିକ

ବାଲେଶ୍ଵର ସହରର ମଠସାହି ତାରିଣୀ ଛକରେ ଥିବା ଏକ ବରଫ କଳରୁ ଆମୋନିଆ ଗ୍ୟାସ ଲିକ ହୋଇଛି। ଏହି ଘଟଣାରେ ଜଣେ ନାବାଳକ ଅସୁସ୍ଥ ଥିବା ଜଣାପଡିଛି। ଅଧିକ ପଢନ୍ତୁ...

ବରଫ କଳରୁ ଗ୍ୟାସ ଲିକ
ବରଫ କଳରୁ ଗ୍ୟାସ ଲିକ

By

Published : Feb 26, 2021, 3:55 PM IST

ବାଲେଶ୍ବର: ବରଫ କଳରୁ ଆମୋନିଆ ଗ୍ୟାସ ଲିକ୍ । ବାଲେଶ୍ଵର ସହରର ମଠସାହି ତାରିଣୀ ଛକରେ ଥିବା ଏକ ବରଫ କଳରୁ ଆମୋନିଆ ଗ୍ୟାସ ଲିକ ହୋଇଛି। ଏହି ଘଟଣାରେ ଜଣେ ନାବାଳକ ଅସୁସ୍ଥ ଥିବା ଜଣାପଡିଛି।

ବରଫ କଳରୁ ଗ୍ୟାସ ଲିକ

ସୂଚନା ଅନୁଯାୟୀ, ନୟନାକୁମାରୀ ହାଇସ୍କୁଲ ସାମ୍ନାରେ ଥିବା ଏକ ବରଫ କଳରୁ ହଠାତ ଆମୋନିଆ ଗ୍ୟାସ ଲିକ ହେବା ଲୋକମାନେ ଜାଣିବାକୁ ପାଇଥିଲେ। ଲୋକମାନେ ନିଶ୍ବାସ ନେବାରେ କଷ୍ଟ ଓ ଆଖିନାକ ଜଳାପୋଡା ଯୋଗୁଁ ଆମୋନିଆ ଗ୍ୟାସ ଲିକ ହେବାର ଜାଣି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ବାଲେଶ୍ଵର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଲିକ୍ ହେଉଥିବା ଭଲବ ବନ୍ଦ କରିବା ସହ ଲିକେଜକୁ ଆୟତ୍ତ କରିଥିଲେ। ଗ୍ୟାସ ଲିକ ବେଳେ ସେହି ରାସ୍ତାରେ ଯାଉଥିବା ଜଣେ ନାବାଳକ ଅସୁସ୍ଥ ହୋଇଛି। ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଅଗ୍ନିଶମ ବିଭାଗ ପହଞ୍ଚି ସୁରକ୍ଷିତ ଭାବେ ବାହାରକୁ ଆଣିଛନ୍ତି। ଘଟଣାସ୍ଥଳରେ ସଦର ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details