ବାଲେଶ୍ୱର: ସୋର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 6 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଘଟଣାରେ ଜଣେ ବେପାରୀକୁ ଗିରଫ କରିଛି ବିଭାଗ ।
ବସଷ୍ଟାଣ୍ଡରୁ 6 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ
ଫୁଲବାଣୀରୁ ସୋରକୁ ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀକୁ ଗିରଫ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନାମୁତାବକ, ସୋର ଥାନା ଅଡଙ୍ଗ ବଜାର ଅଞ୍ଚଳର ସେକ ରିଆଜୁଦ୍ଦିନ ଫୁଲବାଣୀ ଅଞ୍ଚଳରୁ 80 କେଜି ଗଞ୍ଜେଇ ନେଇ ଆସୁଥିଲା । ଏନେଇ କୌଣସି ଏକ ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ସୋର ବସ ଷ୍ଟାଣ୍ଡ ପାଖରୁ ରିଆଯୁଦ୍ଦିନଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ