ଓଡିଶା

odisha

ETV Bharat / state

ମେଳା ଦେଖି ଫେରିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ - ବାଲେଶ୍ବର ରେମୁଣା ଦୁର୍ଗାଦେବୀର ଘଟଣା

ବାଲେଶ୍ବର ରେମୁଣା ଦୁର୍ଗାଦେବୀରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମେଳା ଦେଖି ଫେରୁଥିବାବେଳେ ଘଟିଛି ଏହି ଲଜ୍ଜାଜନକ ଘଟଣା ।

ନାବାଳିକାକୁ ଗଣଦୁଷ୍କର୍ମ

By

Published : Oct 16, 2019, 2:04 PM IST

Updated : Oct 16, 2019, 2:19 PM IST

ବାଲେଶ୍ବର: ପୁଣି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ବାଲେଶ୍ବର ରେମୁଣା ଦୁର୍ଗାଦେବୀରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏଥିରେ ୨ ଯୁବକଙ୍କ ସମ୍ପୃକ୍ତିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାଯାଇଛି ।

ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖରୁ ରେମୁଣା‌ ଦୁର୍ଗାଦେବୀ ଅଞ୍ଚଳରେ ଗ୍ରାମୀଣ ମେଳା ଚାଲିଛି । ସମ୍ପୃକ୍ତ ନାବାଳିକା ଜଣକ ମଙ୍ଗଳବାର ରାତିରେ ସେଠାକୁ ମେଳା ଦେଖିବାକୁ ଯାଇ ବୁଧବାର ଭୋର ସମୟରେ ଘରକୁ ଫେରୁଥିଲେ । ଏହି ସମୟରେ ମଙ୍ଗଳପୁର ଛକ ନିକଟରେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ ।

ଯୁବକ ଦ୍ବୟ ସ୍ଥାନୀୟ ଅଞ୍ଚଳର ହେମନ୍ତ ବିନ୍ଧାଣୀ ଓ ବବୁଲୁ ବାରିକ ବୋଲି ଜଣାପଡିଛି । ନାବାଳିକା ଜଣକ ଘରକୁ ଫେରିବା ପରେ ପରିବାର ‌ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ପରେ ଏନେଇ ଅଭି‌ଯୋଗ କରିବା ପରେ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯାଇଛି । ଏହାପରେ ସମ୍ପୃକ୍ତ ୨ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ହେମନ୍ତକୁ ରେମୁଣା ଥାନାକୁ ଆଣି ପଚରାଉଚୁରା କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 16, 2019, 2:19 PM IST

ABOUT THE AUTHOR

...view details