ବାଲେଶ୍ବର: ଆଜି ଅଗ୍ରପୂଜ୍ୟ ବିଘ୍ନବିନାଶକ ପୂଜା । ସାରା ଦେଶରେ ଗଣେଶ ଚତୁର୍ଥୀକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ସବୁଠି ଗଜାନନଙ୍କ ଆବାହନ ପାଇଁ ଆୟୋଜନ ଚାଲିଥିବାବେଳେ ବାଲେଶ୍ବରର ସହର ହୋଇ ଉଠିଛି ଚଳଚଞ୍ଚଳ ।
ଫ୍ଲେକ୍ସ ବ୍ୟାନରରେ 18 ଫୁଟର ଗଣେଶ - ଗଜାନନଙ୍କ ଆବାହନ
ସାରା ଦେଶରେ ଗଣେଶ ଚତୁର୍ଥୀକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ସବୁଠି ଗଜାନନଙ୍କ ଆବାହନ ପାଇଁ ଆୟୋଜନ ଚାଲିଥିବାବେଳେ ବାଲେଶ୍ବରର ସହର ହୋଇ ଉଠିଛି ଚଳଚଞ୍ଚଳ ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
ଚଳିତଥର ସହରରେ ସମୁଦାୟ 122ଟି ମେଢ ହୋଇଥିବାବେଳେ ବାଲେଶ୍ବରର ଏକ ପ୍ରମୁଖ କ୍ଲବରେ ଦେଖିବାକୁ ମିଳିଥିଲା ଫ୍ଲେକ୍ସ ବ୍ୟାନରରେ ନିର୍ମିତ 18 ଫୁଟ ଉଚ୍ଚର ଗଣେଶ ।
ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ବାଲେଶ୍ବର ସହର। ଆକର୍ଷଣୀୟ ସାଜସଜ୍ଜା ହୋଇ ଝଲସି ଉଠୁଛି ମଣ୍ଡପ । ଏନେଇ କ୍ଲବରେ କେମିତି ଗଣପତିଙ୍କ ପୂଜାର୍ଚ୍ଚନା ଚାଲିଛି, କଣ ବିଶେଷ୍ବତ ରହିଛି, ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ପ୍ରତିନିଧି ।
Last Updated : Sep 2, 2019, 1:59 PM IST