ଓଡିଶା

odisha

ETV Bharat / state

ମୃତଦେହ ସତ୍କାର କରି ପ୍ରଶଂସା ସାଉଁଟିଲେ ଜଳେଶ୍ବର ଥାନା ଅଧିକାରୀ - jaleswar police good work

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନାଧିକାରୀ ମାନବିକତାର ନିଦର୍ଶନ ଦେଖାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଅଧିକ ପଢନ୍ତୁ...

ମୃତଦେହ ସତ୍କାର କରି ପ୍ରଶଂସା ସାଉଁଟିଲେ ଜଳେଶ୍ବର ଥାନା ଅଧିକାରୀ
ମୃତଦେହ ସତ୍କାର କରି ପ୍ରଶଂସା ସାଉଁଟିଲେ ଜଳେଶ୍ବର ଥାନା ଅଧିକାରୀ

By

Published : Jan 19, 2021, 10:00 PM IST

ବାଲେଶ୍ବର: ମାନବିକତାର ନିଦର୍ଶନ ଦେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଜଳେଶ୍ବର ଥାନାଧିକାରୀ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନାଧିକାରୀ ମାନବିକତାର ନିଦର୍ଶନ ଦେଖାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ।

ମୃତଦେହ ସତ୍କାର କରି ପ୍ରଶଂସା ସାଉଁଟିଲେ ଜଳେଶ୍ବର ଥାନା ଅଧିକାରୀ

ସୂଚନା ଅନୁସାରେ, ଜଳେଶ୍ଵର ବ୍ଳକ ଅଧିନ ପଥରପୁରା ଗ୍ରାମର ପଦାସାହିର ଶ୍ୟାମ ମୁର୍ମୁଙ୍କ ଦେହାନ୍ତ ହୋଇଯାଇଥିଲା। ପରିବାରରେ ତାଙ୍କର କେବଳ ଜଣେ ନାବାଳିକା ଝିଅ ବ୍ୟତୀତ ଅନ୍ୟ କେହି ନଥିବାରୁ ମୃତଦେହ ସତ୍କାର କରିବାରେ ବାଧା ଉପୁଜିଥିଲା।

ସାହି ପଡିଶା ମଧ୍ୟ ଝିଅର ଅସହାୟତା ଦେଖି ନଥିଲେ। ବାପାର ମୃତଦେହ ପାଖରେ ଝିଅ ବସି ରହିଥିଲା। ଏମିତି ଅସହାୟତାକୁ ଉପଲବ୍ଧି କରି ଜଳେଶ୍ବର ଥାନା ଅଧିକାରୀ ମାନସ ଦେଓ ମୃତଦେହ ସତ୍କାର ପାଇଁ ଅଣ୍ଟା ଭିଡିଥିଲେ।

ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ ଓ ମେ ଆଇ ହେଲ୍ପ ୟୁର ସଦସ୍ୟମାନଙ୍କ ସହ ଥାନା ଅଧିକାରୀ ମୃତଦେହ କାନ୍ଧେଇ ମଶାଣି ଯାଏଁ ନେଇଥିଲେ। ସେଠାରେ ଶେଷ ପର୍ଯ୍ୟନ୍ତ ଥାନାଧିକାରୀ ମାନସ ଦେଓ ଉପସ୍ଥିତ ରହି ମୃତଦେହ ସତ୍କାର କରିଥିଲେ। ବାସ୍ତବରେ ପୋଲିସର ଏମିତି ହିଁ କାର୍ଯ୍ୟ ଲୋକଙ୍କ ପ୍ରଶଂସା ସାଉଁଟି ପାରିବ ବୋଲି ମତ ପ୍ରକାଶ ପାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details