ଓଡିଶା

odisha

ETV Bharat / state

ତାସ ଖେଳରୁ ହତ୍ୟା ! ଅଭିଯୁକ୍ତ ଫେରାର

ବାଲେଶ୍ହର ଜିଲ୍ଲା ନୀଳଗିରି ଅଞ୍ଚଳରେ ତାସ ଖେଳକୁ କେନ୍ଦ୍ର କରି ଜଣଙ୍କ ଆକ୍ରମଣରେ ଜଣେ ମୃତ । ଅଧିକ ପଢନ୍ତୁ...

By

Published : Jan 10, 2021, 11:51 AM IST

ତାସ ଖେଳରୁ ହତ୍ୟା !
ତାସ ଖେଳରୁ ହତ୍ୟା !

ବାଲେଶ୍ବର:ସାମାନ୍ୟ ତାସ ଖେଳକୁ ନେଇ ଯୁବକ ଘଟାଇଲେ ଉନ୍ମକ୍ତ କାଣ୍ଡ । ତାସ ଖେଳକୁ ନେଇ ପାଟିତୁଣ୍ଡ ହେବାରୁ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳିଗିରି ଅଞ୍ଚଳରେ ।

ତାସ ଖେଳରୁ ହତ୍ୟା !

ସୂଚନାଅନୁସାରେ, ମିତ୍ରପୁର କୁଅଁରପୁର ମାହାଲ ଅଞ୍ଚଳରେ ଗଣେସ ସିଂ ଓ କୁନା ଭୋଳ ତାସ ଖେଳୁଥିଲେ । ତାସ ଖେଳିବା ସମୟରେ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ତ ଏତେ ବଢିଯାଇଥିଲା ଯେ ଗଣେଶ ରାଗି ଯାଇ କୁନାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଗଣେଷର ଆକ୍ରମଣରେ କୁନା ରକ୍ତାକ୍ତ ହୋଇଯାଇଥିଲା ।

କୁନାକୁ ରକ୍ତାକ୍ତ ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କୁନାଙ୍କ ସ୍ତ୍ରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଗଣେଶ ଫେରାର ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details